ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଭିତରେ ଅଭାବନୀୟ ଦୃଶ୍ୟ। ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଗୋଡାଇଲା ହରିଆନା ପୁଲିସ। ମିଳିଥିବା ସୂଚନା ମୁତାବକ ହରିୟାଣାରେ ଘଟିଥିବା ଏକ ଅପରାଧୀକ ମାମଲାରେ ହରିଆନା ପୁଲିସ ଖନ୍ତାପଡ଼ା ଥାନା ସଠି ଗାଁର ଜଣେ ଅଭିଯୁକ୍ତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା। ତେବେ ଅଭିଯୁକ୍ତଙ୍କୁ ନ ପାଇ ତାଙ୍କ ମାଆଙ୍କୁ ରାତିରେ ଖନ୍ତାପଡ଼ା ଥାନା ପୁଲିସ ସହାୟତାରେ ଉଠାଇ ଆଣିଥିଲା। ଆଜି ସକାଳେ ଖବର ପାଇ ସାମ୍ବାଦିକ ମାନେ ଥାନାରେ ପହଞ୍ଚିଥିଲେ। ହରିଆନା ପୁଲିସକୁ ଘଟଣା ବାବଦରେ ପଚାରି ଫଟୋ ଉଠାଇବା ବେଳେ ସେମାନଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା।

Advertisment

publive-image Sambad

ହରିଆନା ପୁଲିସର ୩ ଅଧିକାରୀ ଘଟଣାସ୍ଥଳରେ ସାମ୍ବାଦିକ ମାନଙ୍କୁ ବନ୍ଧୁକ ଦେଖାଇ ଗଳା ଧକ୍କା ମାରିବା ସହ ସେମାନଙ୍କୁ ଜୋର ଜବରଦସ୍ତ ଥାନା ପରିସରରୁ ବାହାର କରି ଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ବାଲେଶ୍ବରରୁ ବହୁ ସାମ୍ବାଦିକ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଛନ୍ତି। ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।