ପୁରୀ: ଗତକାଲି ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ଆଜି ସକାଳେ ପୁରୀର ପେଣ୍ଠକଟା ନିକଟରୁ ଉଦ୍ଧାର ହୋଇଥିବାର ଖବର ମିଳିଛି। ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକ ଅରବାଜ୍ ହୁସେନ୍ କାଦ୍ରୀଙ୍କ ମୃତଦେହ ମିଳିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅରବାଜ୍ ହୁସେନ୍ କାଦ୍ରୀ। ତାଙ୍କର ବୟସ ୨୩ ବର୍ଷ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସେ ଲାଇଟ ହାଉସ୍ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ସମୁଦ୍ରରେ ଭାସି ଯାଇଥିଲେ।