ମହୁଲ ଫୁଲର ଆଗମନକୁ ନେଇ ପୂଜାର୍ଚ୍ଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ମହୁଲ ଗଛରେ ଏବେ ଫୁଲ ଧରିବା ଆରମ୍ଭ ହେଲାଣି। ମହୁଲ ଫୁଲର ଆଗମନରେ ବିଭିନ୍ନ ଆଦିବାସୀ ଗ୍ରାମରେ ଏବେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବେ ବିଭିନ୍ନ ଗ୍ରାମରେ ଉପସ୍ଥିତ ରହି ଏହି ମହୁଲ ପରବର ମୁକସାକ୍ଷୀ ରହିଥିଲେ। ଚଳିତବର୍ଷ ଯେପରି ଭରପୁର ମହୁଲ ଫୁଲ ଧରିବ ସନେଇ ହୁଣ୍ଡି ଦେବତାଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା। ମହୁଲ ଗଛ ତଳେ ଆଦିବାସୀ ରୀତିନୀତିରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ଗ୍ରାମର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମହୁଲ ଫୁଲ ହେଉଛି ଆଦିବାସୀଙ୍କ ଆର୍ଥିକ ବ୍ୟବସ୍ଥାର ଏକ ମୁଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରତିବର୍ଷ ମାର୍ଚ୍ଚ ମାସ ବେଳକୁ ମହୁଲ ଗଛରେ ମହୁଳ ଫୁଲ ଧରେ। ଏହି ମହୁଲ ଫୁଲକୁ ସଂଗ୍ରହ କରି ଆଦିବାସୀ ଭାଇଭଉଣୀ ମାନେ ଅର୍ଥ ଉପାର୍ଜନ କରିଥାନ୍ତି। ଆଦିବାସୀ ଗ୍ରାମ ଗୁଡିକରେ ପ୍ରାୟ ପ୍ରତ୍ୟେକ ପରିବାରର ଲୋକେ ମହୁଲ ଫୁଲ ଗୋଟାଇ ବଜାରରେ ବିକ୍ରି କରି ବେଶ ଦିପଇସା ରୋଜଗାର କରନ୍ତି। ତେଣୁ ଚଳିତବର୍ଷ ମଧ୍ୟ ମହୁଲ ଫୁଲ ଜବରଦସ୍ତ ହେଲେ ସବୁ ଗ୍ରାମରେ ରହିଥିବା ମହୁଲ ଗଛରୁ ସେମାନେ ଭରପୁର ମହୁଲ ଫୁଲ ସଂଗ୍ରହ କରିପାରିବେ। ତେଣୁ ଏହି ପୂଜା କରିବା ଦ୍ବାରା ଭଗବାନ ସେମାନଙ୍କୁ ଆର୍ଶିବାଦ କରିଥାନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରବଳ ମହୁଲ ଗଛ ଦେଖିବାକୁ ମିଳେ। ମାଲକାନଗିରି ଜିଲ୍ଲା ଆଦିବାସୀ ଭାଇଭଉଣୀ ମାନେ ଚଳିତବର୍ଷ ମହୁଲ ଫୁଲରୁ ବେଶ ଦିପଇସା ରୋଜଗାର କରନ୍ତୁ ଏତିକି ଆମର କାମନା।

ସମ୍ବନ୍ଧିତ ଖବର