ସୀମାନ୍ତରେ ବାଘ ବୁଲୁଥିବା ପ୍ରଚାର ପରେ ଘରେ ଘରେ ତାଟି କବାଟ ପଡିଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସୀମାନ୍ତ ଗାଁରେ ବାଘ ବୁଲୁଛି ନେଇ ପ୍ରଘଟ ହେଲା ପରେ ଗାଁରେ ତାଟି କବାଟ ପଡ଼ି ଯାଇଛି। ଏଭଳିକି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହୋଇଛି। ସୂତ୍ରରୁ ପ୍ରକାଶ ଯେ କେରେଡ଼ା ପଞ୍ଚାୟତର ସୁଲୁଆ ଗ୍ରାମର ଲୋକ ଜଙ୍ଗଲକୁ କାଠ କାଟିବା ପାଇଁ ଯାଇ ଥିଲେ। ସେଠାରେ ବାଘର ଶବ୍ଦ ସାଙ୍ଗକୁ ଦୁଇଟି ଛୁଆ ବାଘ ଧରି ଗୋଟିଏ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ। ଏଥି ପୂର୍ବରୁ ଜନୈକ ଗାଡ଼ି ଡ୍ରାଇଭର ପଥର ବୋଝେଇ କରି ଜଙ୍ଗଲରୁ ଆଣୁଥିବା ବେଳେ ବାଘ ସହିତ ଛୁଆ ଦୁଇଟିକୁ ଦେଖିବାକୁ ପାଇ ଥିଲେ ବୋଲି ଚର୍ଚ୍ଚା ହେଉଛି।

ଏ ଖବର ଶୁଣି କୁସା ଗ୍ରାମ ସହିତ ଶେଷଖାଲ, କେରେଡ଼ା, ଖିଲିମୁସଗୁଡା, ରଣ।ଗୁଡ଼ା ପ୍ରଭୁତି ଗ୍ରାମର ଗ୍ରାମବାସୀ ଭୟରେ ଘରୁ ବାହାରୁ ନ ଥିଲା ବେଳେ ଏହି ଘଟଣା କାନକୁ କାନ ବ୍ୟାପି ଯାଇଛି। ପୁଣି ରାୟଗଡ଼ା ସୀମାନ୍ତ ପ।ର୍ବତିପୁରମରୁ ଆସୁଥିବା ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ଲୋକେ ଭୟରେ ପଦାକୁ ଆସୁନଥିବା ବେଳେ କିଛି ଲୋକ ଶେଷଖାଲ ଥାନାକୁ ଜଣାଇ ଥିବା ଜଣାପଡିଛି। ଏ ସଂପର୍କରେ ଆଞ୍ଚଳିକ ବନ ରକ୍ଷକ ଗୌରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ କେହି ଜଣେ ଜଙ୍ଗଲ ବିଭାଗକୁ ବାଘ ଆସିଛି ଓ ଦୁଇଟି ଛୁଆ ଧରି ବୁଲୁଛି ବୋଲି ଖବର ଦେଇଥିଲେ। କିନ୍ତୁ ଏହା କେତେ ଦୂର ସତ୍ୟ ତାହା ଅନୁଧ୍ୟାନ କରିବା ପାଇଁ ସ୍ଥାନୀୟ ବନ କର୍ମଚାରୀଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର