ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ଯୁବତୀ ଗୁରୁତର

ରାୟଗଡା: ରାୟଗଡା ସହରର ଓଭର ବ୍ରିଜ ତଳ ଯାଇଥିବା ଟ୍ରେନ୍‌ ଲାଇନରେ ବୁଧବାର ରାତିରେ ଜଣେ ଯୁବତୀ ଟ୍ରେନ ଲାଇନ ପାର କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ଗୁରୁତର ହୋଇଛନ୍ତି। ପ୍ରକାଶ ଥାଉକି ରେଳ ବିଭାଗର ତୃତୀୟ ଲାଇନ କାମ ଜୋରସୋରରେ ଚାଲୁଥିବା ବେଳେ ସହରର ଅଭର ବ୍ରିଜ ତଳେ ଥିବା ଅଣ୍ଡର ଗ୍ରାଉଣ୍ଡ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଫଳରେ ଏବେ ଅଭର ବ୍ରିଜ ଉପରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। କିନ୍ତୁ ସ୍ଥାନୀୟ ଲୋକେ ଏବେ ମଧ୍ୟ ରେଳ ଲାଇନ ପାର କରି ସଟକଟ ରାସ୍ତାରେ ଯିବାକୁ ପସନ୍ଦ କରୁଛନ୍ତି। ଫଳରେ ଗତକାଲି ଏଭଳି ଦୁର୍ଘଟଣା ଘଟିଛି।

ଗତକାଲି ରାତି ପ୍ରାୟ ୮ଟା ୫୦ ମିନଟ ସମୟରେ ଜୁନାଗଡ ଭୁବନେଶ୍ବର ଟ୍ରେନ୍‌ ଷ୍ଟେସନ ଛାଡିବା ପରେ ଓଭର ବ୍ରିଜ ନିକଟରେପହଞ୍ଚିଲା ବେଳକୁ ସେଠାରେ ଜଣେ ଯୁବତୀ ରେଳ ଲାଇନ ପାର କରୁଥିଲେ। ତେବେ ହଠାତ୍ ଟ୍ରେନ ଆସି ତାଂକୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଂକୁ ପ୍ରଥମେ ରାୟଗଡା ମେଡିକାଲ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର