ଏହି କାମ କରିବାରେ ପ୍ରଥମ ଭାରତୀୟ ଅଭିନେତ୍ରୀ ‌ହେଲେ ଦୀପିକା ପାଦୁକୋନ

ମୁମ୍ବାଇ: ଭାରତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ତାଲିକାରେ ଦୀପିକା ପାଦୁକୋନ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ କାମ କରିବା ସହ ହଲିଉଡରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ଅନେକ କାମ ଦେଶ ପାଇଁ ଗୌରବ ଆଣିଛି। ପୂର୍ବରୁ, ଦୀପିକା ପାଦୁକୋନ୍ ଓସ୍କାରରେ ଏକ ଭାରତୀୟ ଗୀତ ଉପସ୍ଥାପନ କରିବାକୁ ମଞ୍ଚରେ ପାଦ ଦେଇ ଇତିହାସ ରଚିଥିଲେ। କିନ୍ତୁ ବର୍ତ୍ତମାନ ୨୦୨୩ବର୍ଷ ଶେଷରେ ସେ ଏପରି କିଛି କରିଛନ୍ତି ଯାହା କରିବାରେ ସେ ପ୍ରଥମ ଅଭିନେତ୍ରୀ ହୋଇଛନ୍ତି।

ଗତକାଲି ଦୀପିକା ‘୨୦୨୩ ଏକାଡେମୀ ମ୍ୟୁଜିୟମ ଗାଲା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାରେ ଦୀପିକା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି। ଏକ ନୀଳ ରଙ୍ଗର ଗାଉନ ପିନ୍ଧି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଦୀପିକା, ଯାହାର କିଛି ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ବର୍ଷ ଆରମ୍ଭରେ, ଅଭିନେତ୍ରୀ ଓସ୍କାର ଏବଂ ବର୍ତ୍ତମାନ ଓସ୍କାର ପରେ ଦ୍ୱିତୀୟ ବୃହତ୍ତମ କାର୍ଯ୍ୟକ୍ରମକୁ ଯାଇ ଦେଶକୁ ଗର୍ବିତ କରିଛନ୍ତି । ଓସ୍କାର ପରେ ଏକାଡେମୀ ମ୍ୟୁଜିୟମ ଗାଲା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର