ଇତିହାସ ରଚିଲା ‘ଗଦର-୨’, ସ୍ବାଧୀନତା ଦିବସରେ ୫୫.୪୦କୋଟି ଆୟ କଲା ଫିଲ୍ମ

ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତ‌ା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ସ୍ବାଧୀନତା ଦିବସ ଅବସରରେ ‘ଗଦର-୨’ ଇତିହାସ ରଚିଥିବା ଜଣାପଡ଼ିଛି।

ଗାଦର-୨ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା। ଜାତୀୟ ଗଣମାଧ୍ୟମ‌ ନିଉଜ୍-୧୮ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ଏତେ କୋଟି ଟଙ୍କାର ଆୟ କରିନଥିଲା। ଏଭଳି କରି ଏବେ ଇତିହାସ ସୃଷ୍ଟି କରିଛି ଗଦର-୨।

ତେବେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଦର-୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିଲା। ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ଟ୍ବିଟ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୪୦.୧୦କୋଟି, ଦ୍ବିତୀୟ ଦିନରେ ୪୩.୦୮କୋଟି, ତୃତୀୟ ଦିନରେ ୫୧.୭୦କୋଟି, ଚତୁର୍ଥ ଦିନରେ ୩୮.୭୦କୋଟି ଓ ପଞ୍ଚମ ଦିନରେ ଅର୍ଥାତ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ଆୟ କରିଥିଲା। ଏହାକୁ ମିଶାଇ ଫିଲ୍ମଟି ମୋଟ ୨୨୮.୯୮କୋଟି ଟଙ୍କା ଆୟ କରିଛି।

ସମ୍ବନ୍ଧିତ ଖବର