କପିଲ୍‌ ଶର୍ମାଙ୍କ ଝିଅ ଜନ୍ମଦିନରେ ସମାନ ରଂଗର ପୋଷାକରେ ନଜର ଆସିଲେ ପତ୍ନୀ ଗିନ୍ନି ଓ ଅନାୟରା

ମୁମ୍ବାଇ: କପିଲ ଶର୍ମାଙ୍କ ଝିଅ ଅନାୟରା ୩ ବର୍ଷର ହୋଇ ସାରିଛନ୍ତି। ଏହି ଅବସରରେ ଏକ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ କପିଲ୍‌। କପିଲ୍‌ଙ୍କ ଜନ୍ମଦିନ ପାର୍ଟିରେ ନିଜ ପୁଅକୁ ଧରି ପହଞ୍ଚିଥିଲେ କମେଡିଆନ୍‌ ଭାରତୀ ସିଂହ।

କପିଲଙ୍କ ପତ୍ନୀ ଓ ଝିଅ ଅନାୟରା ଗୋଲାପୀ ରଂଗର ପୋଷାକ ପିନ୍ଧି ବେଶ୍‌ ଆକର୍ଷୀଣୀୟ ଦେଖା ଯାଉଥିଲେ।  ଅନାୟରାଙ୍କ ଜନ୍ମଦିନ ଉତ୍ସବର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଫଟୋରେ ଅନାୟରା ଏକ ସୁନ୍ଦର ଫ୍ରକ୍ ସହ ହେୟାର୍‌ ବ୍ୟାଣ୍ଡ୍‌ ମ୍ୟାଚ୍‌ କରି ପିନ୍ଧିଛନ୍ତି। ତାଙ୍କ ମାଆ ଗିନ୍ନିଙ୍କ ପୋଷାକ ବି ଅନାୟରାଙ୍କ ସହ ମ୍ୟାଚ୍‌ ହୋଇଥିବାର ଆପଣ ଦେଖି ପାରୁଥିବେ।

ଅନାୟରା ଏକ ଫଟୋରେ  କୁଲ୍‌ ଡ୍ୟାଡି କପିଲ୍‌ଙ୍କ ସହ ନଜର ଆସିଛି। ଅନାୟରାଙ୍କ ଜନ୍ମଦିନ୍‌ରେ ଜଙ୍ଗଲୀ ଥିମ୍‌କୁ ବାଛିଛନ୍ତି ମାଆ ଗିନ୍ନି। ଭାରତୀ ନିଜ ଆକାଉଣ୍ଟ୍‌ରେ କପିଲଙ୍କ ଝିଅର ଜନ୍ମଦିନ ଉତ୍ସବର କିଛି ଫଟୋ ସେୟାର୍‌ କରି ଗିନ୍ନିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଗିନ୍ନି ଯେଉଁଭଳି ଭାବେ କପିଲଙ୍କର, ତ‌ାଙ୍କ ପିଲାଙ୍କର ଓ ପୂରା ଘରର ଦାୟିତ୍ବ ନେଇଛନ୍ତି ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ।

ପାର୍ଟି ପାଇଁ ଗିନ୍ନି ପ୍ରତି ଥର ଭିନ୍ନ ଥିମ୍‌ ରଖିଥିବା ବେଳେ ଏଥର ଜଙ୍ଗଲ ଥିମ୍‌ ନିଜ ଝିଅର ପସନ୍ଦରେ ଚୟନ କରିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ କପିଲ୍‌ ଗିନ୍ନିଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ। କପିଲଙ୍କର ଏହା ମଧ୍ୟରେ ୨ ଜଣ ସନ୍ତାନର ବାପା ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର