କ୍ୟାଟ୍ରିନାଙ୍କ ଏହି ଶାଢି ପଛରେ ଅଛି ୪୦ ଜଣ କାରିଗରଙ୍କ ୧୮୦୦ ଘଣ୍ଟାର ପରିଶ୍ରମ

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଦୁହେଁ ହନିମୁନ୍‌ ପାଇଁ ମାଲଦ୍ୱୀପକୁ ଯାଇଥିଲେ। ଉଭୟ ମଙ୍ଗଳବାର ମୁମ୍ବାଇ ଫେରିଥିଲେ। ତେବେ ବିମାନବନ୍ଦରରେ ନୂତନ ଦମ୍ପତ୍ତିଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଗହଳି ଦେଖିବାକୁ ମିଳିଥିଲା | ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧିଥିବାର କ୍ୟାଟ୍ରିନା ନଜର ଆସିଥିଲେ |

photo-india today

ସେହିପରି ଭିକିଙ୍କ ସହ ହାତ ମିଳାଇ ସେ ଫଟୋ ପୋଜ୍ ଦେଇଥିଲେ। ତେବେ ଏହି ସମୟରେ କ୍ୟାଟ୍ରିନାଙ୍କ ହାତରେ ଟିଫାନୀ ମୁଦି ଦେଖିବାକୁ ମିଳିଥିଲା | ସୂଚନାଯୋଗ୍ୟ ଯେ ଏହି ମୁଦି ଟିଫାନି ଆଣ୍ଡ କୋ କମ୍ପାନୀର ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୯୮୦୦ ଡଲାର ବା ୭ ଲକ୍ଷ ୪୧ ହଜାର ଟଙ୍କା | ସେହିପରି ଆଜି କ୍ୟାଟ୍ରିନାଙ୍କ ଶାଢି ଡିଜାଇନ କରିଥିବା ଡିଜାଇନର ସବ୍ୟସାଚୀ କିଛି ଫଟୋ ପୋଷ୍ଟ କରିଛନ୍ତି |

ଏହି ଶାଢୀରେ କ୍ୟାଟ୍ରିନା ପେସଟଲ ଶାଢି ପିନ୍ଧିଥିବାର ନଜର ଆସିଛନ୍ତି | ଆଉ କୁହାଯାଉଛି ଯେ ଏହି ଶାଢିକୁ ୪୦ ଜଣ କାରିଗର ୧୮୦୦ ଘଣ୍ଟାରେ ପ୍ରସ୍ତୁତ କରିଛନ୍ତି | ଶାଢିଟିରେ ମୂଲ୍ୟବାନ ପଥର ସାଙ୍ଗକୁ ସ୍ୱତନ୍ତ୍ର ଡିଜାଇନରେ ପ୍ରସ୍ତୁତ କରାଯାଇଛି | ସୂଚନା ଥାଉ କି ଡିସେମ୍ବର ୯ ରେ ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ହୋଇଥିଲା। ଏହାପୂର୍ବରୁ ଦୁହିଁଙ୍କ ଡିସେମ୍ବର ୭ ରେ ଏକ ମେହେନ୍ଦୀ ସମାରୋହ ମଧ୍ୟ ହୋଇଥିଲା। ଏହାପରେ ଡିସେମ୍ବର ୮ରେ କ୍ୟାଟ୍ରିନା ଓ ଭିକ୍କିଙ୍କ ହଳଦୀ ଓ ସଂଗୀତ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର