ଅତିକମରେ ଜଣେ କାନାଡୀୟଙ୍କୁ ଭାରତୀୟ କରିପାରିଲି, ମୁଁ ପ୍ରକୃତ ଦେଶଭକ୍ତ: କେଆରକେ

ମୁମ୍ବାଇ: କାନାଡାର ନାଗରିକତ୍ୱ ପାଇଁ ଦେଶବାସୀଙ୍କ ଟାର୍ଗେଟରେ ରହୁଥିବା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ତାଙ୍କର ସମସ୍ତ ପ୍ରଶଂସକ ଏବଂ ଦେଶବାସୀଙ୍କ ସହ ଏକ୍ସରେ (ଟ୍ୱିଟରରେ)ଏହି ଖୁସି ଖବର ସେୟାର କରିଥିଲେ। ଅକ୍ଷୟ କୁମାରଙ୍କୁ ‘କାନାଡା କୁମାର’ ବୋଲି କହି ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା ଏବଂ ସେ ଭାରତରେ ଟିକସ ଦେଉଥିଲେ ବି ତାଙ୍କୁ ଭାରତୀୟ ନାଗରିକତା ମିଳି ନଥିଲା।

ତେବେ ଅକ୍ଷୟଙ୍କୁ ଭାରତୀୟ ନାଗରିକତା ମିଳିବା ପରେ ଏବେ ଅଭିନେତା ତଥା ସିନେ ସମୀକ୍ଷକ କମାଲ ରସିଦ ଖାନ(କେଆରକେ)ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଅକ୍ଷୟ ହରିଓମ ଭାଟିଆ ଜଣେ ଭାରତୀୟ ନାଗରିକ ହୋଇଥିବାରୁ ଅଭିନନ୍ଦନ। ଗଣମାଧ୍ୟମ ତାଙ୍କ ନାଗରିକତା ବିଷୟରେ କହିବାକୁ ଡରୁଥିଲେ। କିନ୍ତୁ ମୁଁ ଏହି ପ୍ରସଙ୍ଗ ଉଠାଇ ଶେଷ ପର୍ଯ୍ୟନ୍ତ ନେଇଥିଲି ଏବଂ ଫଳାଫଳ ମଧ୍ୟ ବହୁତ ଭଲ ହେଲା। ମୁଁ ଅତିକମରେ ଜଣେ କାନାଡୀୟଙ୍କୁ ଭାରତୀୟରେ ପରିଣତ କରିବାରେ ସକ୍ଷମ ହେଲି। ତେଣୁ ମୁଁ ଜଣେ ପ୍ରକୃତ ଦେଶଭକ୍ତ।

ସମ୍ବନ୍ଧିତ ଖବର