‘ଆଦିପୁରୁଷ’ ବନିଲା ୨୦୨୩ ମସିହାରେ ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲର୍‌

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍‌ ଉତ୍ସୁକ ଅଛନ୍ତି। ତେବେ ଏହି ଫିଲ୍ମ ପାଇଁ ଉତ୍ସୁକ ଥିବା ଦର୍ଶକଙ୍କ ପାଇଁ ଖୁସି ଖବର। କାରଣ ଫିଲ୍ମଟିର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ରାମାୟଣ ଉପରେ ଆଧାରିତ ନିର୍ଦ୍ଦେଶକ ଓମ୍‌ ରାଉତ୍‌ଙ୍କ ଏହି ଫିଲ୍ମଟି ଆଗାମୀ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ।

ତେବେ ଜାଣିବାକୁ ମିଳିଛି ଯେ ଫିଲ୍ମଟିର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ରେକର୍ଡ ଭଙ୍ଗ କରିଛି। ଏହା ୨୦୨୩ ମସିହାର ସବୁଠାରୁ ଅଧିକ ଦେଖା ଯାଇଥିବା ଟ୍ରେଲର୍‌ ବନିପାରିଛି। ଜାଣିବାକୁ ମିଳିଛି ଯେ ୨୪ ଘଣ୍ଟା ମଧ୍ୟରେ ‘ଆଦିପୁରୁଷ’ ଟ୍ରେଲର୍‌ର ଭିୟୁ ୭୦ ମିଲିୟନ୍‌ ରହିଛି। ରିଲିଜ୍‌ ହେବା ପରଠାରୁ ଏହା ୟୁଟ୍ୟୁବରେ ନମ୍ବର ୧ରେ ଟ୍ରେଣ୍ଡିଂ କରୁଛି।

ଫିଲ୍ମଟିରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ଦେଖିବାକୁ ମିଳିଛନ୍ତି କ୍ରିତି ସାନନ୍‌। ପ୍ରଥମ ଥର ପାଇଁ ପ୍ରଭାସ ଓ କ୍ରିତି ଏକତ୍ର ପରଦାରେ ଦେଖିବାକୁ ମିଳିବେ। ଫିଲ୍ମଟି ହିନ୍ଦୀ ବ୍ୟତୀତ ଆହୁରି ଅନେକ ଭାଷା‌ରେ ବି ରିଲିଜ୍‌ ହେବ।

ଆପଣ ଜାଣନ୍ତି ଯେ ‘ବାହୁବଳୀ’ ପରଠାରୁ ପ୍ରଭାସଙ୍କର ସେପରି କୌଣସି ଫିଲ୍ମ ବଡ଼ ହିଟ୍‌ ହୋଇନାହିଁ।  ଏବେ ‘ଆଦିପୁରୁଷ’ର ଟ୍ରେଲର୍‌ ରିଲିଜ୍‌ ହେବା ପରେ ପ୍ରଶଂସକମାନ ଉତ୍ସାହର ସହିତ ଫିଲ୍ମଟିକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର