ସେକ୍ସପିୟରଙ୍କ କାହାଣୀ ଆଧାରିତ ହଲିଉଡ୍‌ ଛବି ‘ଦ ହଙ୍ଗ୍ରି’ରେ ଟିସ୍‌କା

ବଡ଼ ପରଦା, ଛୋଟ ପରଦା, ମଞ୍ଚ ଦୁନିଆ, ପ୍ରଯୋଜନା ଆଦି ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ବହୁମୁଖୀ ପ୍ରତିଭା ଟିସ୍‌କା ଚୋପ୍ରା ବିଦେଶୀ ଫିଲ୍ମ ଦୁନିଆରେ ପାଦଦେଇଛନ୍ତି। ଇଂଲଣ୍ଡ୍‌ ଓ ଭାରତ ମିଳିତ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ଇଂଲିସ୍‌ ଫିଲ୍ମ ‘ଦ ହଙ୍ଗ୍ରି’ରେ ଅଭିନୟ କରିବା ପାଇଁ ସେ ଚୁକ୍ତିବଦ୍ଧ ହୋଇଛନ୍ତି। ଫିଲ୍ମର କାହାଣୀ ଓ୍ଵିଲିଅମ୍‌ ସେକ୍‌ସପିଅର୍‌ଙ୍କ ନାଟକ ‘ଟାଇଟସ୍‌ ଆଣ୍ଡ୍ରୋନିକସ୍‌’ ଉପରେ ଆଧାରିତ। ଏହା ଲୋଭ, ଦୁର୍ନୀତି ଓ ପ୍ରତିଶୋଧର କାହାଣୀ। ଅନ୍ତର୍ଜାତୀୟ ସ୍ତରର ମଞ୍ଚ ନାଟିକା ‘ଡିନର୍‌ ଓ୍ଵିଥ୍‌ ଫ୍ରେଣ୍ଡ୍‌ସ’ରେ ଉଚ୍ଚ ମାନର ଅଭିନୟ ପ୍ରଦର୍ଶନ ପରେ ଟିସ୍‌କାଙ୍କୁ ଏହି ସୁଯୋଗ ମିଳିଛି। ସେ ଏବେ ନିଜ ପ୍ରଯୋଜନାରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଚଟନୀ’ର ପ୍ରଚାର-ପ୍ରସାର କାର୍ଯ୍ୟକ୍ରମରେ ବ୍ୟସ୍ତ। ଏହାର ଚିତ୍ର-ନାଟ୍ୟ ଭୀଷ୍ମ ସାହାଣୀଙ୍କ ସେହି ନାମର ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ ଉପରେ ଆଧାରିତ। ପୂର୍ବରୁ ସେ ଭୀଷ୍ମଙ୍କ ଆଉ ଏକ କାହାଣୀ ‘ସାଗ ମିଟ୍‌’କୁ ନାଟ୍ୟ ରୂପ ଦେବା ସହ ଅଭିନୟ କରିଥିଲେ। ଆଗକୁ ଅଧିକରୁ ଅଧିକ ଭାରତୀୟ ଲେଖକଙ୍କ କାହାଣୀକୁ ନାଟ୍ୟ ରୂପ ଦେବା, ଟିସ୍‌କାଙ୍କ ଲକ୍ଷ୍ୟ।

ସମ୍ବନ୍ଧିତ ଖବର