ରୁଷ୍‌ ସହରରେ ଗୋଳାମାଡ଼ରେ ୨୧ ମୃତ: ଖାରକିଭ୍‌ରେ ପାଲଟା ଆକ୍ରମଣ କଲା ରୁଷ୍‌

ମସ୍କୋ: ରୁଷ୍‌ର ବେଲଗୋରୋଡ୍‌ରେ ଗୋଳା ଆକ୍ରମଣ ଫଳରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ଏଥିସହିତ ୧୧୦ ଜଣ ଆହତ ହୋଇଛନ୍ତି। ୨୨ ମାସ ପୂର୍ବେ ରୁଷ୍‌ ୟୁକ୍ରେନରେ ଆକ୍ରମଣ କରିବା ଦିନଠାରୁ ରୁଷ୍‌ ଉପରେ ଏହା ସବୁଠୁ ବଡ଼ ଆକ୍ରମଣ। ରୁଷ୍‌ କର୍ତ୍ତୃପକ୍ଷ ଏହି ଆକ୍ରମଣ ପାଇଁ କିବ୍‌କୁ ଦୋଷାରୋପ କରିଛନ୍ତି। ୟୁକ୍ରେନରେ ରୁଷ ୧୮ ଘଣ୍ଟା ଧରି ଆକାଶ ମାର୍ଗରୁ ବୋମା ମାଡ଼ କରିଥିଲା। ଏଥିରେ ୪୧ ଜଣ ବେସାମରିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦିନକ ପରେ କିବ୍‌ ଉକ୍ତ ଆକ୍ରମଣ କରିଛି ବୋଲି ରୁଷ୍‌ ଅଭିଯୋଗ କରିଛି। ତେବେ ‌ରୁଷ୍‌ର ବେଲଗୋରୋଡ ସହର ଉପରେ ଆକ୍ରମଣ ପରେ ରୁଷ୍‌ ଅଧିକ ଉଗ୍ର ହୋଇଛି। କେନ୍ଦ୍ରୀୟ ଖାରକିଭ୍‌ରେ ଆକାଶ ମାର୍ଗରୁ ରାତିରେ ଆକ୍ରମଣ କରିଛି। ଏଥିରେ ସହରର ଏକ ହୋଟେଲ ଉପରେ ଆକ୍ରମଣ ହୋଇଛି। ଅତିକମ୍‌‌ରେ ୨୮ ଜଣ ଲୋକ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର