ବ୍ୟବସାୟୀଙ୍କ ଘରୁ ମିଳିଲା ୫ କୋଟି ନଗଦ, ୧୦୦ କିଲୋ ଗହଣା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜଣେ ବ୍ୟବସାୟୀଙ୍କ ଘରୁ ମିଳିଛି ନଗଦ ୫ ‌କୋଟି ୬୦ ଲକ୍ଷ ଟଙ୍କା। ଏହା ସହିତ ତିନି କିଲୋ ସୁନା, ୧୦୩ କିଲୋ ରୁପା ଗହଣା ଏବଂ ୬୮ଟି ରୁପା ଖଣ୍ଡ ମଧ୍ୟ ମିଳିଛି। ଲୋକସଭା ନିର୍ବାଚନ ପୂର୍ବରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସମୟରେ ବେଲାରି ସହରରୁ ଏହି ଟଙ୍କା ଓ ଗହଣା ମିଳିଛି। ଏହି ସବୁର ମୂଲ୍ୟ ୭ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଯାହା ଘରେ ଚଢ଼ଉ ‌ହୋଇଥିଲା ସେ ହେଉଛନ୍ତି ସୁନା ବ୍ୟବସାୟୀ ନରେଶ। ଘରେ ଏତେ ଟଙ୍କା ‌‌ସେ କାହିଁକି ରଖିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର