ଚାଳକ ଶୋଇପଡ଼ିବାରୁ ଟ୍ରକ ସହ ଧକ୍କା ଖାଇଲା କାର୍, ଚାଲିଗଲା ୬ଜଣକ ଜୀବନ

ନୂଆଦିଲ୍ଲୀ: ଛୁଟି କଟାଇ ଘରକୁ ଫେରୁଥିବା ବେଳେ ଚାଲିଗଲା ୬ଜଣକ ଜୀବନ। ଚାଳକ ଶୋଇପଡ଼ିବାରୁ ଟ୍ରକ ସହ ଧକ୍କା ଖାଇଲା କାର୍। ରବିବାର ଭୋର ସମୟରେ ତାମିଲନାଡୁରେ ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତକମାନେ ହେଲେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋହରନ୍ ଏବଂ ପୋଠିରାଜ। ଏହି ୫ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ମୁତାବକ, କୁଟ୍ରଲମରୁ ଛୁଟି କଟାଇ ଘରକୁ ଫେରୁଥିଲେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋହରନ୍ ଏବଂ ପୋଠିରାଜ। ଏହି ସମୟରେ କାର୍ ଚାଳକଙ୍କୁ ନିଦ ଲାଗିବାରୁ ‌ସେ ନିୟନ୍ତ୍ରଣ ହରାଇଥିଲେ। ଏହା ଫଳରେ କାରଟି ଯାଇ ସିମେଣ୍ଟ ବୋଝେଇ ଟ୍ରକରେ ଧକ୍କା ଖାଇଥିଲା। ରବିବାର ଭୋର ୩.୩୦ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋହରନ୍ ଏବଂ ପୋଠିରାଜଙ୍କ ମୃତ୍ୟୁ ହେଇଥିଲା।

ଏହା ସହ କାର୍ ଚାଳକ ଜୀବିତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର