ଏନ୍‌କାଉଣ୍ଟର୍‌ରେ ଛତିଶଗଡ଼ରେ ୨ ମହିଳାଙ୍କ ସମେତ ୭ ଅତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ମହିଳା ସଦସ୍ୟଙ୍କ ସମେତ ଅତି କମରେ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଏନକାଉଣ୍ଟର ସ୍ଥାନରୁ ଗୋଟିଏ ଏକେ-୪୭ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ମାଓବାଦୀଙ୍କ ସହି ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି) ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ମିଳିତ ଏନକାଉଣ୍ଟର ଆଜି ପ୍ରାୟ ସକାଳ ୬ଟା ସମୟରେ ଏକ ଜଙ୍ଗଲରେ ଆରମ୍ଭ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ସୁରକ୍ଷା କର୍ମୀମାନେ ସୋମବାର ନାରାୟଣପୁର ଏବଂ କାନକର ସୀମା ଅଞ୍ଚଳର ଆବୁଜମାରରେ ଅପରେସନ୍ ପାଇଁ ଯାଇଥିଲେ।

ଟେକମେଟା ଏବଂ କାକୁର ମଧ୍ୟରେ ଥିବା ଜଙ୍ଗଲରେ ପୁଲିସ ପାର୍ଟି ଏବଂ ମାଓବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଘଟିଥିଲା। ଅନୁସନ୍ଧାନ କରବାରୁ ଦୁଇ ମହିଳା ମାଓବାଦୀଙ୍କ ସମେତ ମୋଟ ୭ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ସେମାନଙ୍କ ପରିଚୟ ଚିହ୍ନଟ କରାଯାଇଛି।

ଏକ ମାଓ ଶିବିରରୁ ଗୋଟିଏ ଏକେ-୪୭ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।  ଏହାଛଡ଼ା କିଛି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତମାସ ଆରମ୍ଭରେ, ଛତିଶଗଡର କାଙ୍କେର ଜିଲ୍ଲାରେ ଗୁଳି ବିନିମୟରେ ବରିଷ୍ଠ ବିଦ୍ରୋହୀ ନେତା ଶଙ୍କର ରାଓଙ୍କ ସମେତ ସୁରକ୍ଷା ବାହିନୀ ୨୯ ମାଓବାଦୀଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର