ଦୁର୍ଘଟଣାପରେ ଆହତଙ୍କୁ ଲୋକେ ଉଦ୍ଧାର କରିବା ବଦଳରେ ରାସ୍ତାରୁ ବୋହି ନେଇଗଲେ କୁକୁଡ଼ା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଜାତୀୟ ରାଜପଥ‌ରେ କୁକୁଡ଼ା ଭର୍ତ୍ତି ଏକ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା।  ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ପୁଲିସ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ସୂଚନାଯୋଗ୍ୟ, ବୁଧବାର ଚାରିଆଡେ କୁହୁଡ଼ି ଭର୍ତ୍ତି ହୋଇଯାଇଥିଲା। ଏହି କୁହୁଡ଼ି ହେତୁ ରାସ୍ତାଘାଟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା। ଫଳରେ ୧୨ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଯାଇଥିଲା। ଏହି ଧକ୍କାରେ ୧୨ରୁ ଅଧିକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ।

ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଲୋକେ ଉଦ୍ଧାର କରିବା ବଦଳରେ ରାସ୍ତାରେ  କୁକୁଡ଼ା ଭର୍ତ୍ତି ଗାଡ଼ି ଓଲଟି ପଡ଼ିବା ଦେଖି ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଯିଏ ଯେତେ ପାଇଲେ ରାସ୍ତାରୁ କୁକୁଡ଼ା ବୋହି ନେଇ ଚାଲି ଯାଇଥିଲେ। ଦୁର୍ଘଟଣାଗସ୍ତ ଗାଡ଼ିରେ ପାଖାପାଖି ଦେଢ଼ଲକ୍ଷ ଟଙ୍କାର କୁକୁଡ଼ା ରହିଥିବା କୁହାଯାଉଛି।

ଏମିତି କି ଏହି ଦୁର୍ଘଟଣାରେ କୁକୁଡ଼ା ନେବା ପାଇଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ବି ଲାଗି ଯାଇଥିଲା। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାସ୍ଥଳରେ ବାରିକେଟ ଲଗାଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦେଇଥିଲା। ଏଥିସହିତ ଅନ୍ୟଲୋକଙ୍କୁ ବାରିକେଟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲା।

 

ସମ୍ବନ୍ଧିତ ଖବର