ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶ ସହ-ପ୍ରଭାରୀ ଦାୟିତ୍ବ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚାରିଟି ରାଜ୍ୟ‌-ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାର ନିର୍ବାଚନ ପ୍ରଭାରୀ ଓ ସହ-ନିର୍ବାଚନ ପ୍ରଭାରୀଙ୍କ ନାମ ଆଜି ଘୋଷଣା କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ସହ- ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଓଡ଼ିଶା ବିଜେପିର ପ୍ରଭାରୀ ଥିବା ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ସହ –ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି।

ରାଜସ୍ଥାନରେ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବାବେଳ ନୀତିନ ପଟେଲ ଓ କୁଲଦୀପ ବିଷ୍ନୋଇ ସହ-ପ୍ରଭାରୀ ଭୂମିକା ତୁଲାଇବେ। ଛତିଶଗଡ଼ରେ ଓପି ମାଥୁରଙ୍କୁ ପ୍ରଭାରୀ ଓ ମନସୁଖ ମାଣ୍ଡଭୀୟଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ସେହିଭଳି ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ପ୍ରକାଶ ଜାଭଡ଼େକରଙ୍କୁ ତେଲେଙ୍ଗାନା ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ,କିଛି ଦିନ ତଳେ ବିଜେପି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡର ରାଜ୍ୟ ପାଇଁ ନୂଆ ସଭାପତି ନିଯୁକ୍ତି କରିଥିଲା।

ସମ୍ବନ୍ଧିତ ଖବର