ରାମଲଲାଙ୍କ ପାଇଁ ଉପହାରରେ ଭର୍ତ୍ତି ଦୁଇଟି ଟ୍ରକ ଆସୁଛି ଅଯୋଧ୍ୟା

ନୂଆଦିଲ୍ଲୀ: ନେପାଳର ଜନକପୁର ଧାମରୁ ଅଯୋଧ୍ୟା ଯାଉଥିବା ‘ଭାର ଯାତ୍ରା’ ଶୁକ୍ରବାର ଭାରତ ସୀମାରେ ପ୍ରବେଶ କରିଛି। ଏହି ଯାତ୍ରା ନେପାଳର ବିରଗଞ୍ଜରୁ ବାହାରି ଭାରତର ସୀମାରେ ପ୍ରବେଶ କରିବା ପ‌ରେ ଦୁଇଦେଶର ଲୋକ ରାମଙ୍କ ଭକ୍ତିରେ ଗୀତ ଗାଇ ନାଚିଛନ୍ତି।

ସୂଚନାଯୋଗ୍ୟ, ମିଥିଲା ସଂସ୍କୃତିରେ ଯେତେବେଳେ ବିବାହିତ ଝିଅର ଗୃହପ୍ରବେଶ ହୁଏ ସେତେବେଳେ ଭାର ଓ ଉପହାର ଦିଆଯାଇଥ‌ାଏ। ଏହି ପରମ୍ପରାକୁ ଧ୍ୟାନରେ ରଖି ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଜନକପୁର ଧାମରୁ ଅଯୋଧ୍ୟାକୁ ଉପହାର ଭର୍ତ୍ତି  ଦୁଇଟି ଟ୍ରକ ଆସୁଛି।

ଅଯୋଧ୍ୟାରେ ନିର୍ମିତ ହେଉଥିବା ଭବ୍ୟ ମନ୍ଦିରରେ ଜାନୁଆରି ୨୨ ତାରିଖରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାର ସୁରକ୍ଷାକୁ ତନତନ କରି ଯାଞ୍ଚ କରାଯାଉଛି।

କୁହାଯାଉଛି କି ଉତ୍ତରପ୍ରଦେଶରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାର ସିଧ‌ାପ୍ରସାରଣ ହେବ।  ଏଥିସହିତ ସମସ୍ତ କଏଦୀଙ୍କୁ ଜେଲରେ ହନୁମାନ ଚାଲିଶା ଓ ସୁନ୍ଦରକାଣ୍ଡ ପୁସ୍ତକ ପାଠ କରିବା ପାଇଁ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରତ୍ୟେକ ଘରେ ଜାନୁଆରି ୨୨ ତାରିଖରେ ଦିପ ଜଳାଯିବ।

ସମ୍ବନ୍ଧିତ ଖବର