ଜି-୨୦ ରାତ୍ରିଭୋଜନରେ ସାମିଲ ହେଲେନାହିଁ ବାଇଡେନ

ମୋଦୀ-ଜିନ୍‌ପିଙ୍ଗ ହାତ ମିଳାଇଲେ

ବାଲି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇଣ୍ଡୋନୋସିଆର ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ରାତ୍ରୀଭୋଜନରେ ସାମିଲ ହୋଇନାହାନ୍ତି। ଏହି ନିଷ୍ପତ୍ତି ସେ ଅଚାନକ ନେଇଥିବା ବେଳେ ଏହାର କାରଣ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ବାଇଡେନଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଅଛି ବୋଲି ହ୍ବାଇଟ୍‌ ହାଉସ୍‌ ସୂତ୍ରରୁ ଜଣାପଡ଼ିଛି। ରାତ୍ରୀଭୋଜନ ପାଇଁ ଅତିଥିମାନଙ୍କ ଆଗମାନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ବାଇଡେନ ଏଥିରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆସନ୍ତାକାଲି ଜି-୨୦ ବୈଠକର ସମସ୍ତ ଅଧିବେଶନ ଏବଂ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା। ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ସ୍ବାଭାବିକ ସାକ୍ଷାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲାା।

ସମ୍ବନ୍ଧିତ ଖବର