ଏପ୍ରିଲ ୧୫ରୁ ବନ୍ଦ ହେବ କଲ୍ ଫରଓ୍ବାର୍ଡିଙ୍ଗ୍ ସେବା, ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ଠକେଇ ମାମଲା ବଢ଼ିବାରେ ଲାଗିଛି। କିନ୍ତୁ ଏବେ ଦ୍ରୁତ ଗତିରେ ବଢୁଥିବା ଅନଲାଇନ ଠକେଇର ମୁକାବିଲା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏୟାରଟେଲ ଓ ଜିଓ ସମେତ ସମସ୍ତ ଟେଲିକମ୍ କଂପାନିକୁ ୟୁଏସଏସଡି କୋଡ୍ ବ୍ୟବହାର କରି କଲ୍ ଫରୱାର୍ଡିଂ ବନ୍ଦ କରିବାକୁ ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ୧୫ ଏପ୍ରିଲ ୨୦୨୪ ପରେ ଆପଣଙ୍କ ସ୍ମାର୍ଟଫୋନରେ କଲ ଫରୱାର୍ଡିଂ ସେବା ବନ୍ଦ ହୋଇଯିବ ।

ତେବେ ୟୁଏସଏସଡି କୋଡ୍ ଏବଂ କଲ୍ ଫରୱାର୍ଡିଂ ସେବା କ’ଣ?

ପ୍ରଥମେ ଆସନ୍ତୁ ଜାଣିବା ୟୁଏସଏସଡି କୋଡ୍ କ’ଣ…? ସରଳ ଭାଷାରେ କହିବାକୁ ଗଲେ ୟୁଏସଏସଡି ହେଉଛି ଏକ ବୈଶିଷ୍ଟ୍ୟ ଯାହା ସାହାଯ୍ୟରେ ଏକ କୋଡ୍ ଡାଏଲ କରି ଏକ ନମ୍ବରରେ ଅନେକ ସେବାକୁ ସକ୍ରିୟ ଏବଂ ନିଷ୍କ୍ରିୟ କରାଯାଇପାରିବ । ୟୁଏସଏସଡି କୋଡ୍ ଦ୍ୱାରା ମଧ୍ୟ ଆଇଏମ୍ଇଆଇ ନମ୍ବର ଚିହ୍ନଟ କରାଯାଏ ।

କଲ୍ ଫରୱାର୍ଡିଂ ସର୍ଭିସ୍ ଜରିଆରେ ଆପଣଙ୍କ ମୋବାଇଲ  ନମ୍ବରକୁ ଆସୁଥିବା କଲ୍ କିମ୍ବା ମେସେଜ୍ କୁ ଅନ୍ୟ କୌଣସି ନମ୍ବରକୁ ଫରୱାର୍ଡ କରାଯାଇପାରିବ। ଯଦି କୌଣସି ଉପଭୋକ୍ତା ଏକ କୋଡ୍ ଡାଏଲ କରିବା ପରେ କୌଣସି ଅଜଣା ନମ୍ବରକୁ କଲ୍ କରନ୍ତି, ତେବେ ବ୍ୟବହାରକାରୀଙ୍କ ମୋବାଇଲରେ ଆସୁଥିବା କୌଣସି କଲ୍ କଲରଙ୍କ ଅନ୍ୟ ଫୋନକୁ ‘ଫରୱାର୍ଡ’ କରାଯାଇଥାଏ। ଅର୍ଥାତ୍ ଆପଣଙ୍କ କଲ୍-ମେସେଜ୍ ର ଆକ୍ସେସ୍ ଅନ୍ୟ ଏକ ଫୋନକୁ ଯାଇଥାଏ। ଏହାର ଫାଇଦା ଉଠାଇ ଅନଲାଇନ ଠକେଇ କରାଯାଉଛି ।

ସମ୍ବନ୍ଧିତ ଖବର