ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ

ନୂଆଦିଲ୍ଲୀ : ସନ୍ଦେହଜନକ ଅବସ୍ଥାରେ ମହିଳା କ୍ରିକେଟର୍‌ ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଅଭିଯୋଗ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ପୁରୀ ଏସ୍‌ପି ଓ କଟକ ଡିସିପିଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଆୟୋଗଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ। ରାଜଶ୍ରୀଙ୍କ ପରିବାରବର୍ଗଙ୍କୁ କଲ୍ୟାଣକାରୀ ଯୋଜନାରୁ ବଂଚିତ କରାଯାଉଥିବା ନେଇ ସେ ପିଟିସନ୍‌ରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର