ଚଳନ୍ତା ଅଟୋରେ ସବୁଜ ବଗିଚା, ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ନୂଆଦିଲ୍ଲୀ: ଆପଣ ଅନେକ ଥର ଅଟୋରେ ବସିଥିବେ | ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ପ୍ରାୟତଃ ଅଟୋ କିମ୍ବା କ୍ୟାବ ସାହାଯ୍ୟରେ କଲେଜ କିମ୍ବା ଅଫିସ୍ ଯାଆନ୍ତି | ଏପରି ପରିସ୍ଥିତିରେ, ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଏବେ ଜଣେ ଅଟୋ ଡ୍ରାଇଭର ଏଭଳି କିଛି କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି | ଦିଲ୍ଲୀର ଅଟୋ ଡ୍ରାଇଭର ମହେନ୍ଦ୍ର ୨୫ ବର୍ଷ ଧରି ଦିଲ୍ଲୀରେ ଅଟୋ ଚଳାଉଛନ୍ତି | ଆଉ ନିଜ ଯାତ୍ରୀଙ୍କୁ ଗରମରୁ ମୁକ୍ତି ଦେବାକୁ ଏବେ ନିଜ ଅଟୋ ଛାତ ଉପରେ ଏକ ବଗିଚା କରିଛନ୍ତି। କୁହାଯାଏ ଯେ ଅସୁବିଧା ଏକ ନୂତନ ରାସ୍ତା ଖୋଜିବାରେ ସାହାଯ୍ୟ କରିଥାଏ |

ଏଭଳି ପରିସ୍ଥିତିରେ ପ୍ରବଳ ଗରମ ହେତୁ ଯେତେବେଳେ ମହେନ୍ଦ୍ର ଗଛ ତଳେ ବିଶ୍ରାମ ନେଉଥିଲେ, ସେତେବେଳେ ତାଙ୍କ ମୁଣ୍ଡକୁ ଏହି ବୁଦ୍ଧି ଜୁଟିଥିଲା | ଏହା ପରେ ସେ ନିଜ ଅଟୋରେ ଛୋଟ ଗଛ ଲଗାଇଲେ | ପରେ ପରେ ଅଟୋ ଛାତକୁ ଏକ ମିନି ବଗିଚାରେ ପରିଣତ କରିଦେଇଛନ୍ତି | ମହେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ଗ୍ରୀଷ୍ମ ଋତୁରେ ଏହି ଚିନ୍ତାଧାରା ତାଙ୍କ ମୁଣ୍ଡକୁ ଆସିଥିଲା।

photo-abp news

ସେ ଭାବିଲେ ଯେ ଯଦି ଅଟୋ ଛାତ ଉପରେ କିଛି ଚାରା ରୋପଣ କରିପାରିବି, ତେବେ ଏହା ଅଟୋକୁ ଥଣ୍ଡା ରଖିବ | ମହେନ୍ଦ୍ର ତାଙ୍କ ଅଟୋ ବଗିଚାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୨୩ ପ୍ରକାରର ଉଦ୍ଭିଦ ଲଗାଇଛନ୍ତି |ଏହି ବଗିଚାରେ କିଛି ଫୁଲ ଗଛ ମଧ୍ୟ ଲଗାଇଛନ୍ତି | ଫୁଲର ସୁଗନ୍ଧ ମଧ୍ୟ ଅନେକ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ | ସେ କହିଛନ୍ତି ଯେ ପୂର୍ବ ବର୍ଷ ତୁଳନାରେ ଏଥର ଦିଲ୍ଲୀରେ ଅଧିକ ତାତି ଅନୁଭୂତ ହେଉଛି | ଆଉ ତାଙ୍କ ମିନି ବଗିଚା ଯୋଗୁଁ ସେ ଏବଂ ତାଙ୍କ ଯାତ୍ରୀମାନେ ଉତ୍ତାପ ଅନୁଭବ କରୁନାହାଁନ୍ତି।

ସମ୍ବନ୍ଧିତ ଖବର