ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିରରେ ଭାରତ ବିରୋଧରେ ଲେଖିଛନ୍ତି ଖଲିସ୍ତାନୀ ସମର୍ଥକ: ରିପୋର୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣଠାରେ ଅବସ୍ଥିତ ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର’ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରି ତା’ର ପାଚେରିରେ ଭାରତ ବି‌ରୋଧରେ ଲେଖିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁଡେ’ ଏକ ରିପୋର୍ଟରେ କହିଛି।

ରିପୋର୍ଟରେ ଉଲ୍ଲେଖ ଅଛି: ମେଲ୍‌ବର୍ଣ୍ଣ ଅନ୍ତର୍ଗତ ମିଲ୍‌ ପାର୍କ ଉତ୍ତରାଞ୍ଚଳ ଉପନଗରୀରେ ଥିବା ପ୍ରଖ୍ୟାତ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍‌’ ବ‌ୋଲି ଲେଖାଯାଇଛି।

ଏହି ଘଟଣାକୁ ନିନ୍ଦାକରି ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର କହିଛି, ଏମିତି ଭଙ୍ଗାରୁଜା ଓ ଘୃଣ୍ୟ କାର୍ଯ୍ୟ ଆମକୁ ଭୀଷଣ ଦୁଃଖ ଓ ଆଘାତ ଦେଇଛି। ଶାନ୍ତି ଓ ସହାବସ୍ଥାନ ନିମନ୍ତେ ପ୍ରାର୍ଥନା କରୁଛି। ସମୟକ୍ରମେ ଆମେ ଏ ଘଟଣା ସଂକ୍ରାନ୍ତରେ ପୂର୍ଣ୍ଣ ବିବରଣ ଦେବୁ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଖଲିସ୍ତାନ ସଙ୍ଗଠନ ଭାରତୀୟ ଆତଙ୍କବାଦୀ ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରାୱାଲେଙ୍କର ଭୂୟସୀ ପ୍ରଶଂସା କରିଛି। ‘ଅପରେସନ୍‌ ବ୍ଲୁ ଷ୍ଟାର୍‌’ ସମୟରେ ସେନାର ଗୁଳି ଚୋଟରେ ଭିନ୍ଦ୍ରାୱାଲେଙ୍କର ମୃତ୍ୟୁ ଘଟିଥିଲା।

‘ନର୍ଦନ୍‌ ମେଟ୍ରୋପଲିଟାନ୍‌ ରିଜନ୍‌’ର ‘ଲିବେରାଲ୍‌ ପାର୍ଟି’ର ସାଂସଦ ଇଭାନ୍‌ ମଲ୍‌ହଲାଣ୍ଡ୍‌ କହିଛନ୍ତି, ଏହି ଭଙ୍ଗାରୁଜା ଭିକ୍ଟୋରିଆର ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଖୁବ୍‌ ଯନ୍ତ୍ରଣାଦାୟକ।

ସମ୍ବନ୍ଧିତ ଖବର