ପାକ୍‌ ଗୁଇନ୍ଦାଙ୍କୁ ଗୁପ୍ତ ସୂଚନା ଦେଇଥିବା ଯବାନଙ୍କୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ଅଧିକାରୀଙ୍କୁ ଭାରତୀୟ ସେନାର କେତେକ ଗୋପନୀୟ ତଥ୍ୟ ପ୍ରଦାନ କରିଥିବା ଜଣେ ଯବାନଙ୍କୁ ଆଜି ୧୦ ବର୍ଷରୁ ଅଧିକ ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ସେନା କୋର୍ଟ ମାର୍ଶଲ ପ୍ରକ୍ରିୟାରେ ଯବାନଙ୍କୁ ଏହି ଦଣ୍ଡାଦେଶ ମିଳିଛି। ଏହି ଯବାନ ଉତ୍ତର ସୀମାରେ ଭାରତୀୟ ସେନାର ଗତିବିଧି ସଂପର୍କରେ ବିଭିନ୍ନ ସୂଚନା ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର କର୍ମଚାରୀଙ୍କୁ ଦେଉଥିବା ବେଳେ ଧରାପଡ଼ିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମହିଳା ଅଧିକାରୀଙ୍କ ଅଧ୍ୟକ୍ଷତାରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଶେଷ ହୋଇଛି । ଦୋଷୀ ଯବାନଙ୍କୁ ୧୦ ବର୍ଷ ୧୦ ମାସ ଜେଲ୍‌ ଦଣ୍ଡାଦେଶ ମିଳିଛି। ପାକିସ୍ତାନ ଦୂତାବାସର ଅବିଦ ହୁସେନ ନାମକ ଅଧିକାରୀ ଉକ୍ତ ଯବାନଙ୍କଠାରୁ ତଥ୍ୟ ହାସଲ କରିଥିବା ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର