ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କାଶ୍ମୀର ପଣ୍ଡିତ: ‘କାଶ୍ମୀର ସୁରକ୍ଷିତ ନୁହେଁ’, ଆମକୁ ଜମ୍ମୁ ସ୍ଥାନାନ୍ତର କର

ଶ୍ରୀନଗର : କେନ୍ଦ୍ରୀୟ କାଶ୍ମୀରର ତହସିଲ ଅଫିସରେ ମେ’ ୧୨ ତାରିଖରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିବା ପରଠାରୁ ଆନ୍ଦୋଳନ ଏବଂ ଧାରଣାରେ ବସିଥିବା‌ କାଶ୍ମୀର ପଣ୍ଡିତମାନେ ଆଜି ସେମାନଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଚିଠି ଲେଖିଛନ୍ତି। କାଶ୍ମୀର ପଣ୍ଡିତମାନେ କହିଛନ୍ତି, କାଶ୍ମୀର ସୁରକ୍ଷିତ ନୁହେଁ ଏବଂ କାଶ୍ମୀର ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଜମ୍ମୁ ସ୍ଥାନାନ୍ତର କରାଯାଉ।

କାଶ୍ମୀରରେ ନିଯୁକ୍ତି ପାଇଁ କାଶ୍ମୀର ପଣ୍ଡିତମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଏହା ଅଭିଯୋଗ କରିଛନ୍ତି ଯେ ସେମାନେ କାଶ୍ମୀରରେ ସରକାରୀ ଚାକିରିରେ ଯୋଗ ଦେବା ପୂର୍ବରୁ ସେମାନଙ୍କୁ ଏକ ବଣ୍ଡ୍‌ ସାଇନ କରିବାକୁ ବାଧ୍ୟ କରାଯାଇଥିଲା। ଏହି ବଣ୍ଡ୍‌ ଅନୁଯାୟୀ କାଶ୍ମୀରରେ ସୁରକ୍ଷା ସ୍ଥିତି ଯାହା ରହିଲେ ବି ସେମାନେ କୌଣସି ପରିସ୍ଥିତିରେ ଯେଉଁ ଜିଲ୍ଲାରେ ନିଯୁକ୍ତି ପାଇଥିବେ ସେହି ଜିଲ୍ଲା ଛାଡ଼ିବେ ନାହିଁ। ଏହି ବଣ୍ଡ୍‌ ଦ୍ବାରା ସେମାନଙ୍କୁ କାଶ୍ମୀର ଫେରିବାକୁ ବାଧ୍ୟ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୦ରେ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପ୍ୟାକେଜ୍‌ ଅଧୀନରେ ଚାକିରି ପାଇଥିବା କାଶ୍ମୀର ପଣ୍ଡିତ କର୍ମଚାରୀମାନେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରଠାରୁ ଧାରଣାରେ ଅଛନ୍ତି।

ସମ୍ବନ୍ଧିତ ଖବର