ମଣିପୁର ଲଜ୍ଜା : ଦୁଇ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ବୁଲାଇଲେ

ଇମ୍ଫାଲ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଦ୍ୟମ ସତ୍ତ୍ବେ ମଣିପୁରରେ ଜାରି ରହିଛି ହିଂସା । ଇତିମଧ୍ୟରେ ମାନବିକତାକୁ ଲଜ୍ଜିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ଜଣ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଓ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି ।

ମଣିପୁରର ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକ୍ପି ଜିଲ୍ଲାର ଏହି ଭିଡିଓଟି ମେ ୪ ତାରିଖର ବୋଲି କୁହାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ଘଟଣାରେ ପୁଲିସ ଏତଲା ରୁଜୁ କରିଥିବା କହିଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ମେ ୩ ତାରିଖରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ କରାଯିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମରେ ୧୫୦ ଜଣ ପ୍ରାଣ ହରାଇଛନ୍ତି । ଭିଡିଓଟି ମେ ୪ ତାରିଖର ବୋଲି କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଓ ବିରୋଧ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର