ଶାହଙ୍କୁ ଭେଟିଲେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ଠାକ୍‌ରେ, ଏନ୍‌ଡିଏରେ ମିଶିବା ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ମୋଡ଼ ସୃଷ୍ଟ ହୋଇଛି। ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା ବାଲାସାହେବ ଠାକ୍‌ରେଙ୍କ ପୁତୁରା ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ ବିଜେପି ନେତୃତ୍ବାଧୀନ ଜାତୀୟ ଗାଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବା ଚର୍ଚ୍ଚା ଜୋର ଧରିଛି। ଗତକାଲି ରାଜ ଦିଲ୍ଳୀରେ ପହଞ୍ଚିଥିଲେ ଏବଂ ଆଜି ଶାହଙ୍କୁ ଭେଟିଥିଲେ। ଏହି ସାକ୍ଷାତକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମହାରାଷ୍ଟ୍ର ରାଜନୀତିର ବିପକ୍ଷ ମହାବିକାଶ ଅଘାଡ଼ି (ଏମ୍‌ଭିଏ)ର ଅନ୍ୟତମ ସଦସ୍ୟ ତଥା ଶିବସେନା (ଉଦ୍ଧବ ଠାକ୍‌ରେ) ଗୋଷ୍ଠୀର ପ୍ରଭାବ ହ୍ରାସ କରିବାରେ ଏମ୍‌ଏନଏସ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର