ଆସିଲା ମୋଦୀଙ୍କ ଫୋନ, ଆଉ ଇସ୍ତଫା ଦେବାକୁ ବାହାରିଲେ ନୀତିଶ

ପାଟନା: ମୋଦୀଙ୍କ ଫୋନ ଆସିଲା ଆଉ ଇସ୍ତଫା ଦେବାକୁ ଗଲେ ନୀତିଶ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏବେ ଏନେଇ ଚର୍ଚ୍ଚା ଜୋର ଧରିଛି | ଚର୍ଚ୍ଚା ମୁତାବକ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାସ୍ତବରେ ଆଜି ନୀତିଶ କୁମାର ଇସ୍ତଫା ଦେବା ସହିତ ୨୦୨୨ ମସିହାରୁ ଚାଲୁଥିବା ଜେଡିୟୁ, ଆରଜେଡି ଏବଂ କଂଗ୍ରେସର ଗଠବନ୍ଧନ ଭାଙ୍ଗିଦେଇଥିଲେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହେବା ପରେ ନୀତୀଶ କୁମାର ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ମେଣ୍ଟକୁ ସମାପ୍ତ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ନୀତିଶ କୁମାରଙ୍କ ଇସ୍ତଫା ପରେ ପାଟନାରେ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ମଧ୍ୟ ଲଗାଯାଉଛି।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନୀତିଶ କୁମାର ଗଠବନ୍ଧନ ସରକାରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଉଛି ଯେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଫୋନ କଲ ଆସିଥିଲା ଆଉ ସେ ଡେରି ନକରି ଫୋନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର