ଘରକୁ ଯାଉଥିବା ବେଳେ ମା’ ଓ ଶିଶୁଙ୍କୁ ରକ୍ତାକ୍ତ କରି ମାରିଦେଲା ଭାଲୁ

ନୂଆଦିଲ୍ଲୀ: ଭାଲୁ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଘଟଣାର ଖବର ମିଳିଛି। ଏକ ଭାଲୁ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣ କରୁଥିବା ବେଳେ ମହିଳା ଜଣକ ନିଜ ଶିଶୁକୁ ଧରିଥିଲେ। ଦୁଃଖର ବିଷୟ ଏହି ଘଟଣାରେ ମା’ ଓ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ଏହି ଘଟଣା ଟି ଅଲାସ୍କାରେ ଘଟିଛି। ଭାଲୁ ଆକ୍ରମଣର ଶିକାର ହୋଇଥିବ‌ା ମହିଳାଙ୍କ ନାମ ମୟୋମିକ। ସେ ତାଙ୍କର ଏକବର୍ଷର ଶିଶୁ କ୍ଲାଇଡକୁ ଧରି କ୍ଲିନିକରୁ ଘରକୁ ଫେରୁଥିଲେ । ଏହି  ସମୟରେ ବରଫଝଡ଼ ହୋଇଥିଲା। ଏତିକି ବେଳେ କେଉଁଆଡୁ ଏକ ଭାଲୁ ଆକସ୍ମିକ ଭାବେ ଚାଲି ଆସି ମା’ ଓ ଶିଶୁଙ୍କ ଉପରେ ଆକ୍ରମଣ କରିଥିଲା। ମହିଳା ଓ ଶିଶୁଙ୍କ ମୃତ୍ୟୁ ନହେବା ପର୍ଯ୍ୟନ୍ତ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରି ଚାଲିଥାଏ। କୁହାଯାଉଛି କି ଆକ୍ରମଣ କରିଥିବା ଭାଲୁ ପାଗଳ ହୋଇଯାଇଥିଲା।

ଏହି ଘଟଣା ସ୍କୁଲ ସାମ୍ନାରେ ଘଟିଥିଲା। ମା’ ଓ ଶିଶୁଙ୍କୁ ଭାଲୁ ଆକ୍ରମଣରୁ ରକ୍ଷା କରିବା ପାଇଁ ସ୍କୁଲରେ ଥିବା ସଦସ୍ୟମାନେ ବହୁ ‌ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ଏହି ସମୟରେ ସ୍କୁଲ ସଦସ୍ୟ ଜଣେ ବ୍ୟକ୍ତିଙ୍କୁ ଖବର ଦେଇଥିଲେ। ଉକ୍ତ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଗୁଳି ମାରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭାଲୁ କେଉଁଠାରୁ ଆସିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନଥିଲା।

ସମ୍ବନ୍ଧିତ ଖବର