ଲଣ୍ଡନ : ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ଲଣ୍ଡନର ୱେଷ୍ଟମିନଷ୍ଟର ଆବ୍ବେରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର ହେବ। ୨ ମିନିଟ୍ର ନିବର ପ୍ରାର୍ଥନା ସହ ଏକ ଗନ୍ କ୍ୟାରେଜରେ ରାଣୀଙ୍କ ପାର୍ଥୀବ ଶରୀରକୁ ୱେଷ୍ଟମିନଷ୍ଟର ଆବ୍ବେ ନିଆଯିବ। ରାଣୀଙ୍କ ପଛରେ ରାଜ ପରିବାରର ବରିଷ୍ଠ ସଦସ୍ୟମାନେ ଥିବେ। ଏହାପରେ ସେଣ୍ଟ ଜର୍ଜ୍ ଚାପେଲରେ ସ୍ବତନ୍ତ୍ର ରାଜକୀୟ ପ୍ରଥା ଅନୁସାରେ ରାଣୀଙ୍କ ପାର୍ଥୀବ ଶରୀରକୁ ୱିଣ୍ଡସର ପ୍ରାସାଦକୁ ନିଆଯିବ। କିଙ୍ଗ ଜର୍ଜ ଷଷ୍ଠ ମେମୋରିଆଲ ଚାପେଲ୍ରେ ରାଣୀଙ୍କ ସ୍ବାମୀ ପ୍ରିନ୍ସ ଫିଲିପ, ଭଉଣୀ ପ୍ରିନ୍ସେସ୍ ମାର୍ଗାରେଟ୍, ମା’ ଏଲିଜାବେଥ ଏବଂ ବାପା ଜର୍ଜ୍ ଷଷ୍ଠଙ୍କ କବରସ୍ଥଳ ନିକଟରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ କବର ଦିଆଯିବ। ବ୍ରିଟେନରେ ସବୁଠାରୁ ଦୀର୍ଘକାଳ ପାଇଁ ଶାସନରେ ଥିବା ରାଣୀ ଏଲିଜାବେଥଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ମୃତ୍ୟୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୋକରେ ବୁଡ଼ିଲା ବକିଂହାମ୍ ପ୍ୟାଲେସ
ନୂଆଦିଲ୍ଲୀ : ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ଖବର ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ୯୬ ବର୍ଷ ବୟସରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ଗୁରୁବାର ଅପରାହ୍ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏହାପରେ ବ୍ରିଟିସ ରାଜପ୍ରସାଦ ବକିଂହାମ୍ ପାଲେସ୍ରେ ଶୋକର ଛାୟା ଖେଳିଯାଇଛି। ରାଜପ୍ରାସାଦ ବାହାରେ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଉତ୍ତରାଧିକାରୀ ରାଜା ଚାର୍ଲସ ତୃତୀୟ ଏବଂ ରାଣୀ କାମିଲାଙ୍କୁ ଭେଟିବା ଲାଗି ହଜାର ହଜାର ଲୋକ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଛନ୍ତି। ରାଜା ଚାର୍ଲସ ବ୍ରିଟିସ ସମୟ ସନ୍ଧ୍ୟା ୬ଟାରେ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଲୋକମାନେ ରାଜପ୍ରସାଦ ବାହାରେ ଏବଂ ଚର୍ଚ୍ଚରେ ଫୁଲତୋଡ଼ା ରଖିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।