ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ୪ଜଣ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କଲା ସୁପ୍ରିମ୍‌କୋର୍ଟ କଲେଜିୟମ୍‌

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ୪ ଜଣ ଜିଲ୍ଲା ଜଜଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏହି ୪ ଜଣ ବିଚାରପତି ହେଲେ ଆର ଶକ୍ତିଭେଲ, ପି ଧନବାଲ, ଚିନ୍ନାସାମୀ କୁମ୍ପରାପ୍ପାନ ଏବଂ କେ ରାଜଶେଖର।

ଚଳିତ ବର୍ଷ ଜାନୁଆରିରେ କଲେଜିୟମର  ସୁପାରିସ କରିଥିବା ଆର ଜନ୍‌ ସତ୍ୟନ୍‌ ଏବଂ ରାମାସ୍ୱାମୀ ନୀଲକନ୍ଦନଙ୍କ ନାମ ହାଇକୋର୍ଟରେ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ବିଜ୍ଞପ୍ତିରେ ଜାରି କରିବାକୁ  କଲେଜିୟମ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଯେଉଁ ନାମଗୁଡ଼ିକୁ ସେ ସୁପାରିସ କରିସାରିଛନ୍ତି ଏବଂ ଦୋହରାଇଛନ୍ତି ସେମାନଙ୍କୁ ଅଟକାଇବା କିମ୍ବା ଅଣଦେଖା କରାଯିବା ଉଚତ୍‌ ନୁହେଁ; କାରଣ କୌଣସି ପ୍ରକାରର ବିଳମ୍ବ ପ୍ରାର୍ଥୀଙ୍କ ବରିଷ୍ଠତାକୁ ବାଧା ଦେଇଥାଏ ଏବଂ ଏହା ଗଭୀର ଚିନ୍ତାର ବିଷୟ ବୋଲି କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ଦେଇଥିବା ଚିଠିରେ କହିଛନ୍ତି।

ସମ୍ବନ୍ଧିତ ଖବର