ମହାରାଷ୍ଟ୍ରରେ ସ୍ବାଇନ୍‌ ଫ୍ଲୁ, ୩୦୨ ମୃତ, ୩୨୫ ହସ୍ପିଟାଲରେ

ମୁମ୍ବାଇ, ଚଳିତ ବର୍ଷ ସ୍ବାଇନ୍‌ ଫ୍ଲୁ ଯୋଗୁଁ ମହାରାଷ୍ଟ୍ରରେ ଆଜି ପର୍ଯ୍ୟନ୍ତ ୩୦୨ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୍‌୧ଏନ୍‌୧ ଭାଇରସ ଯୋଗୁଁ ହେଉଥିବା ଏହି ରୋଗରେ ପ୍ରାୟ ୩୨୫ ଜଣ ଆକ୍ରାନ୍ତ ହୋଇ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆଲର୍ଟ ଜାରି କରାଯାଇଛି। ପ୍ରାୟ ୨୫ ଜଣ ରୋଗୀ ଏବେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ମାମଲା ଗମ୍ଭୀର ରୂପ ନେଇଛି ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନାସିକ୍‌ରେ ସର୍ବାଧିକ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁନେ ସହରରେ ୬୪ ଜଣ, ପିମ୍ପରିରେ ୩୩ ଜଣ ଏବଂ କୋହ୍ଲାପୁରରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର