କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ପଦ ଛାଡ଼ିଲେ ଉଦୟ କୋଟାକ୍

ମୁମ୍ବାଇ: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଓ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଉଦୟ କୋଟାକ । ସେ ଗତ ବହୁ ବର୍ଷ ଧରି କୋଟାକ ମହିନ୍ଦ୍ରା ବ୍ୟାଙ୍କର ନେତୃତ୍ୱ ନେଉଥିଲେ। ଶନିବାର ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏହି ସୂଚନା ଦିଆଯାଇଛି। ସେପ୍ଟେମ୍ବର ପହିଲାରୁ ଉଦୟ କୋଟାକଙ୍କ ଇସ୍ତଫା କାର୍ଯ୍ୟକାରୀ ହୋଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଦୀପକ ଗୁପ୍ତାଙ୍କୁ ଉଦୟ କୋଟାକଙ୍କ ସ୍ଥାନରେ ଏମଡି ଓ ସିଇଓ ଭାବେ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ବ୍ୟାଙ୍କ କହିଛି ଯେ ଦୀପକ ଗୁପ୍ତାଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନ୍ତରୀଣ ବ୍ୟବସ୍ଥା ଅଧୀନରେ ଏମଡି ଏବଂ ସିଇଓ ଦାୟିତ୍ୱ ଦିଆଯାଇଛି। ତେବେ ଏହି ନିଷ୍ପତ୍ତିକୁ ଏପର୍ଯ୍ୟନ୍ତ ବ୍ୟାଙ୍କ ସଦସ୍ୟ ଓ ଆରବିଆଇର ଅନୁମୋଦନ ମିଳିନାହିଁ।

ଉଦୟ କୋଟାକ ସେ ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଉତ୍ତରାଧିକାରୀ ଯୋଜନାର ଏକ ଅଂଶ ଭାବରେ ସେ ଇସ୍ତଫା ଦେଇଛନ୍ତି। ସେ ବର୍ତ୍ତମାନ ପାଇଁ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେ ସମୟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୩ ଡିସେମ୍ବର ୩୧ରେ ଶେଷ ହେବାର ଥିଲା ।

୧୯୮୫ରେ ମହିନ୍ଦ୍ରା ବ୍ୟାଙ୍କର ସ୍ଥାପନା ଦିନଠାରୁ  ହିଁ ଉଦୟ କୋଟାକ୍ ତାହାର ନେତୃତ୍ବ ନେଇଆସିଥିଲେ । ୨୦୦୩ରେ କୋଟାକ ମହିନ୍ଦ୍ରା ଏକ ବାଣିଜ୍ୟିକ ବ୍ୟାଙ୍କର ମାନ୍ୟତା ପାଇଥିଲା ।

ସମ୍ବନ୍ଧିତ ଖବର