ବିନା କ୍ୟାବିନେଟ୍‌ ବୈଠକରେ ହଟିଲା ମହାରା‌ଷ୍ଟ୍ରରୁ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ଆଜି ସକାଳ ୫.୪୭ରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ପ୍ରତ୍ୟାହାର ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରିଛନ୍ତି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବା ସଂକ୍ରାନ୍ତରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବିଜ୍ଞପ୍ତି‌ ଜାରି ହୋଇଥିଲା। ଏହି ବିଜ୍ଞପ୍ତିକୁ ଅଧିକାରୀଙ୍କ ଦ୍ବାରା ଡିଜିଟାଲ୍‌ ସ୍ବାକ୍ଷର କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି, ବିଜ୍ଞପ୍ତି କେବଳ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ହେବାପରେ ହିଁ ଡିଜିଟାଲ୍‌ ସ୍ବାକ୍ଷର ହୋଇଥାଏ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆଜି ବିନା କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହୋଇଛି। କେନ୍ଦ୍ର ସରକାର ୧୯୬୧, ଟ୍ରାଂଜାକ୍ସନ୍‌ ଅଫ୍‌ ବିଜନେସ୍‌ ରୁଲ୍‌ସର ଧାରା ୧୨ ଅଧୀନରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିଛନ୍ତି,ଯେଉଁଥରେ କ୍ୟାବନେଟ୍ ଅନମୋଦ ଜରୁରୀ ହେବନାହିଁ ।

ସମ୍ବନ୍ଧିତ ଖବର