ପିପିଏଲ୍ ଓଡ଼ିଆ ପକ୍ଷରୁ ୨୩ ଯୁବପ୍ରତିଭାଙ୍କୁ ‘ୟୁଥ ଲିଡରସିପ୍ ଆୱାର୍ଡ-୨୦୨୩’

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଡିଜିଟାଲ ମିଡ଼ିଆ ନେଟୱାର୍କ ପିପିଏଲ ଓଡ଼ିଆ ତରଫରୁ ହୋଟେଲ ଏମ୍ପାୟାର୍ସ ଠାରେ ଆୟୋଜିତ ହୋଇଯାଇଛି ସକସେସ ମନ୍ତ୍ର ବିଜନେସ କନକ୍ଳେଭ -୨୦୨୩ | ବିଭିନ୍ନ ବିଭାଗ ରେ ୧୨ ଜଣ ସଫଳ ଉଦ୍ୟୋଗୀ ଙ୍କୁ ନେଇ ଏହି କନକ୍ଳେଭ ଆୟୋଜିତ କରାଯାଇଥିଲା | ସନ୍ଧ୍ୟାରେ ବିଭିନ୍ନ କ୍ଷେତ୍ର ର ପାରଦର୍ଶିତା ଲାଭ କରିଥିବା ୨୩ ଜଣ ସଫଳ ବ୍ୟକ୍ତିତ୍ୱ ଙ୍କୁ ‘ୟୁଥ ଲିଡରସିପ ଆୱାର୍ଡ -୨୦୨୩ ‘ ରେ ସମ୍ମାନିତ କରାଯାଇଥିଲା।

ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ କବି ତଥା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ , କ୍ରୀଡ଼ା କ୍ଷେତ୍ର ପାଇଁ ଚେସ ତାରକା ପଦ୍ମିନୀ ରାଉତ , ବାଲୁକା ଶିଳ୍ପୀ ମାନସ ସାହୁ, ଓଡ଼ିଆ ସିନେମା ଓ ଟେଲି ଜଗତ ର ଲୋକପ୍ରିୟ ଅଭିନେତ୍ରୀ ନୈନା ଦାଶ , କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ , ଡାକ୍ତର ସୁନୀଲ କର, ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର, ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପ୍ରମୁଖ ବ୍ୟକ୍ତିତ୍ୱ ଙ୍କୁ ସମ୍ମାନିତ କରାଯାଇଥିଲା।

 

ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁର ରାଉତରାୟ ଓ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ସକସେସ ମନ୍ତ୍ର ବିଜନେସ କନକ୍ଳେଭ -୨୦୨୩ କୁ ଉଦଘାଟିତ କରିଥିବା ବେଳେ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ କୁମାର ସାହୁ , ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ ଓ ଆଇଏନଡବଲୁଇସି ର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ ସନ୍ଧ୍ୟା ରେ ଅତିଥି ଭାବେ ଯୋଗ ଦେଇଥିଲେ | ସବୁବେଳେ ସକାରାତ୍ମକ ଖବର ପରିବେଷଣ କରି ଚର୍ଚ୍ଚା ରେ ଥିବା ପିପିଏଲ ଓଡ଼ିଆ ର ଏଭଳି ପଦକ୍ଷେପ କୁ ଅତିଥି ମାନେ ବେଶ ପ୍ରଶଂସା କରିଥିଲେ | ରାଜ୍ୟ ର ଯୁବ ପ୍ରତିଭା ମାନଙ୍କୁ ଏଭଳି ସମ୍ମାନ ଆଗକୁ ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ପିପିଏଲ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ |

 

ସମ୍ବନ୍ଧିତ ଖବର