ଥିଙ୍କର୍ସ କ୍ଲବର ଆଭାସୀ ଆଲୋଚନା: ମାତୃ ପୂଜା ମଣ୍ଡପ ତଥା ଇଦଗା‌ ପଡ଼ିଆ ଓଡ଼ିଆଙ୍କ ଶ୍ରେଷ୍ଠ ସ୍ମାରକୀ

ଭୁବ‌ନେଶ୍ବର: ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ପ୍ରଥମ ଓ ଦ୍ବିତୀୟ ଅଧିବେଶନ କଟକ ସେଲ୍ଟର ଛକ ଇଦଗା‌ ପଡ଼ିଆରେ ୧୯୦୩ ଓ ୧୯୦୪ ମସିହାରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବି କରାଯାଇଥିଲା। ଓଡ଼ିଶାର ସମସ୍ତ ରାଜା ଓ ନେତୃବୃନ୍ଦଙ୍କ ମହାସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାର ସୁରକ୍ଷା ଓ ନବ ଓଡ଼ିଶା ଗଠନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା। ଫଳରେ ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ଭାରତର ପ୍ରଥମ ପ୍ରଦେଶର ମାନ୍ୟତା ପାଇଥିଲା।

ହଜାର ବର୍ଷର କଟକ ମହାନଗରର ଏହି ଐତିହାସିକ ମହାନ ପୀଠ ଇଦଗା ପଡ଼ିଆକୁ ମାତୃ ପୂଜା ମଣ୍ଡପଭାବେ ନାମିତ କରି ଓଡ଼ିଆଙ୍କ ଶ୍ରେଷ୍ଠ ସ୍ମରଣୀୟ ସ୍ଥାନର ମର୍ଯ୍ୟାଦା ପାଇବାକୁ ହକଦାର। ଥିଙ୍କର୍ସ କ୍ଲବର ୭୮ ତମ ଆଭାସୀ ଆଲୋଚନାରେ ସଭାପତିତ୍ବ କରି ଏଭଳି କହିଛନ୍ତି ବିଶିଷ୍ଟ ସହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ। କାର୍ଯ୍ୟକ୍ରମରେ ବକ୍ତା ଭାବେ ସଂସ୍କୃତି ଗବେଷକ ବାୟାମୁନି, ଥିଙ୍କର୍ସ କ୍ଲବର ସଭାପତି ବରଦା ଦାସ, ମଧୁସ୍ମୃତି ସୁରକ୍ଷା ମଞ୍ଚ ତରଫରୁ ଜଗନ୍ନାଥ ମହାନ୍ତି ପ୍ରମୁଖ ଇଦଗା ପଡ଼ିଆର ସୁରକ୍ଷା ସରକାର, ପ୍ରଶାସନ ତଥା ଜନସାଧାରଣଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ମତ ପ୍ରକା‌ଶ କରିଥିଲେ। ଏହି ଆଲୋଚନାଚକ୍ରରେ ଡ. ରଜତ ଶତପଥୀ, ପ୍ରଫେସର ଉମାଶଙ୍କର ମିଶ୍ର, ମୋନିକା ଦାସ, ଡିବି ହୃଦୟ, ଇ. ଶିରୀଶ ସାହୁ, ସୌମ୍ୟଜିତ୍ ପାଣି, ବିନୋଦ ମହାନ୍ତି, ସୁଧାକର ପତ୍ରୀ, ଚିତ୍ତ ଶତପଥୀ, କସ୍ତୁରୀ ଦାସ, ଜୟକୃଷ୍ଣ ପ୍ରଧାନ, ଲୋପା ସାମଲ, ରୁଦ୍ର ମାଧବ ବାରିକ, ସଂଗୀତା ଶତପଥୀ, ସନ୍ତୋଷ ସ୍ୱାଇଁ, ସୂଚନା ପାଢ଼ୀ, ହେମନ୍ତ କୁମାର ଦଣ୍ଡସେନା, ବିଭୁଦତ୍ତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଦ୍ୱୀପାୟନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର