ଭିନ୍ନକ୍ଷମଙ୍କ ପାଇଁ ବିମାନବନ୍ଦରରେ ଖୋଲିଲା ହେଲ୍‌ପ ଡେସ୍କ

ଭୁବନେଶ୍ବର: ବିମାନରେ ଯାତ୍ରା କରୁଥିବା ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ହେଲ୍‌ପ ଡେସ୍କ ଖୋଲାଯାଇଛି। ଏହାସହ ଟର୍ମିନାଲ ବାହାରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରଖାଯିବା ସହ ଟର୍ମିନାଲ ପରିସରକୁ ଯାତାୟାତରେ ସୁବିଧା ପାଇଁ ଟାକଟାଇଲ୍ ଫ୍ଲୋରିଂ, ରୢାମ୍ପ, ଲିଫ୍ଟ, ଏସ୍କାଲେଟର, ବ୍ରେଲିରେ ଲେଖିବା ବ୍ୟବସ୍ଥା, ସ୍ବତନ୍ତ୍ର ଶୌଚାଳୟ, ହ୍ୟାଣ୍ଡ ରେଲ୍‌ ଆଦି ସୁବିଧା ଆରମ୍ଭ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିମାନବନ୍ଦର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ, ସିଆଇଏସ୍‌ଏଫ୍‌ ସିଏଏସ୍‌ଓ ସୁଧୀର କୁମାର, ଓପନ୍ ଲର୍ଣ୍ଣିଂ ସିଷ୍ଟମର ନିର୍ଦ୍ଦେଶିକା କସ୍ତୁରୀ ମହାପାତ୍ର, ସ୍ବାଭିମାନର ଶ୍ରୁତି ମହାପାତ୍ର, ଆଇନାର ସ୍ନେହା ମିଶ୍ର,ଭିନ୍ନକ୍ଷମଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର