ଭବିଷ୍ୟନିଧି କାର୍ଯ୍ୟାଳୟରେ ବିଶ୍ବ ମହିଳା ଦିବସ

ଭୁବନେଶ୍ବର: ଭୁବନେଶ୍ବର ଭବିଷ୍ୟନିଧି କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଭବିଷ୍ୟନିଧି ସଂଗଠନ ମହିଳା ଶାଖାର ସଭାନେତ୍ରୀ ତଥା ସହାୟକ ଭବିଷ୍ୟନିଧି କମିସନର ମୌସୁମୀଲତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କଳାକାର ସୋନିଆ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭବିଷ୍ୟନିଧି ସଂଗଠନର ଆଞ୍ଚଳିକ ମୁଖ୍ୟ ତଥା ଭବିଷ୍ୟନିଧି କମିସନର ପି.ବି ଶର୍ମା ଏବଂ କମିସନର-୨ ଗୌରବ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଉଦ୍‌ଘାଟିତ ହୋଇଥିଲା।

ସୂଚନାଯୋଗ୍ୟ ଯେ ବିଶ୍ବ ମହିଳା ଦିବସ ପାଳନ ଉପଲକ୍ଷେ ଚାରି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହିଳା କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ‌‌ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ମହିଳା କର୍ମଚାରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର