କବିତା ସଂକଳନ ‘କୁହୁଡ଼ିବଣ’ ଲୋକାର୍ପିତ

ଭୁବନେଶ୍ବର: ପେନ୍‌-ଇନ୍‌-ବୁକ୍ସ ପକ୍ଷରୁ ପ୍ରକାଶିତ କବି ବନ୍ଦନା ପଣ୍ଡାଙ୍କ କବିତା ସଂକଳନ ‘କୁହୁଡ଼ିବଣ’ ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ବହିଟିକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଓଡ଼ିଆ ଭାଷା ସାହିତ୍ୟର ସୁଦୀର୍ଘ ପରମ୍ପରାର ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟମାଳ କବି ଶ୍ରୀମତୀ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସେଲ୍‌ ମାଇନିଂ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବରିଷ୍ଠ ସଭାପତି ପ୍ରସନ୍ନ କୁମାର ପଣ୍ଡା, କବି ପ୍ରଭାସିନୀ ମହାକୁଡ଼, କବି ରକ୍ଷକ ନାୟକ, ସମାଜସେବୀ ଲିନା ଧଳ ଓ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର