ମୃତ୍ତିକା କ୍ଲବ୍‌ର ଷ୍ଟାର୍‌ ନାଇଟ୍‌ ଉତ୍ସବ

ଭୁବନେଶ୍ବର: ମହାବିଷୁବ ସଂକ୍ରାନ୍ତି ଓ ମେରୁଯାତ୍ରା ଅବସରରେ ଇନ୍‌ଫୋଭ୍ୟାଲି ଥାନା ଅରିଶଲ ମୃତ୍ତିକା କ୍ଲବ୍‌ର ୧୭ତମ ଷ୍ଟାର୍‌ ନାଇଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‌ର ସଭାପତି ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍‌ଘାଟନୀ ପର୍ବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ଭାବେ ସାଂସଦ ମୁନ୍ନା ଖାଁ, ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଜିଲ୍ଲା ପରିଷଦ ସଦସ୍ୟା ମୋହିନୀ ନାୟକ ଓ ରାଜ‌କିଶୋର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁମ୍ବାଇରୁ ଆସିଥିବା ବଲିଉଡ୍‌ କଣ୍ଠଶିଳ୍ପୀ ସାରିକା ସିଂ ମୁଖ୍ୟ ଆକର୍ଷଣ ଥିଲେ। ସେହିଭଳି ପପୁ ପମ୍‌ପମ୍‌ଙ୍କ କମେଡି ସାଙ୍ଗକୁ ଓଲିଉଡ୍‌ କଣ୍ଠଶିଳ୍ପୀ ବିଭୁକିଶୋର, ପ୍ରିୟା, ଶେଫାଳି, ସୁପ୍ରିୟା ପ୍ରମୁଖଙ୍କ ନୂଆ ପୁରୁଣା ଗୀତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ସମ୍ବନ୍ଧିତ ଖବର