ଆରମ୍ଭ ହେଲା ‘ପାଲ୍‌କି’ ପ୍ରଦର୍ଶନୀ

ଭୁବନେଶ୍ବର: ପାଲ୍‌କି ପକ୍ଷରୁ ଫ୍ୟାସନ ଏବଂ ଲାଇଫଷ୍ଟାଇଲ୍ ଉତ୍ପାଦର ପ୍ରଦର୍ଶନୀ ହୋଟେଲ ପାଲ୍ ହାଇଟ୍ସ ପରିସରରେ ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାର ଫ୍ୟାସନ ସାମଗ୍ରୀକୁ ନେଇ ଏହି ଦୁଇଦିନିଆ ପ୍ରଦର୍ଶନୀ ଗୁରୁବାର ଉଦ୍‌ଯାପିତ ହେବ। ଦେଶ ଏବଂ ବିଶ୍ବର ବିଭିନ୍ନ ଭାଗର ଖ୍ୟାତନାମା ଡିଜାଇନର୍‌ଙ୍କ ଦ୍ବାରା ପ୍ରସ୍ତୁତ ଟ୍ରେଣ୍ଡି ଉତ୍ପାଦ ଏଠାରେ ଉପଲବ୍ଧ ହେଉଛି ବୋଲି ପାଲ୍‌କିର ନିର୍ଦ୍ଦେଶକ ପୁନୀତ ମଧ୍ୟାନ୍‌ କହିଛନ୍ତି। ଫ୍ୟାସନ ଏବଂ ସପିଂ ପ୍ରିୟ ବ୍ୟକ୍ତି, ବିଶେଷକରି ମହିଳା ଗ୍ରାହକଙ୍କ ପାଖରେ ନୂଆ ଓ ବ୍ୟାପକ ବର୍ଗର ଉତ୍ପାଦ ପହଞ୍ଚାଇବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଓଡ଼ିଶାରେ ବାହାଘର ସମୟରେ ଏଭଳି ଏକ ପ୍ରଦର୍ଶନୀ ଲୋକଙ୍କ ପାଖରେ ଖୁବ୍ ଆଦୃତ ହେଉଛି ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଏଠାରୁ ଗ୍ରାହକମାନେ ଅତ୍ୟାଧୁନିକ ଡିଜାଇନଯୁକ୍ତ ଟ୍ରେଣ୍ଡି ଉତ୍ପାଦ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ପାଲ୍‌କିର କେତେକ ପ୍ରମୁଖ ଡିଜାଇନର ମଧ୍ୟରେ ଦ କ୍ରିଏଟିଭ ହବ୍‌, ଲକନୋଭି କୁର୍ତ୍ତିଜ୍ ଆଣ୍ଡ୍ ପ୍ଲାଜୋ, ଭଗୱତି କ୍ରିଏସନ, ଦ ଜି ଷ୍ଟୁଡିଓ, ଡିଭାସ୍ କ୍ରିଏସନ, ସିପିସ୍‌ ହାର୍ମୋନି, ଆର୍‌କେ କଲେକ୍ସନ ଆଦି ରହିଛି।

ସମ୍ବନ୍ଧିତ ଖବର