ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ରହୁଥିବା ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ ଦିନ ଦ୍ବିପହରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଲୁଟ୍‌ର ଶିକାର ଡାକ୍ତର ହେଲେ ଶରତ କୁମାର ପାଇକରାୟ। ସେ ଘର ବନ୍ଦକରି ନିକଟ ପାର୍କକୁ ଯାଇଥିବା ବେଳେ ଘରର ହାଇ ସିକ୍ୟୁରିଟି ତାଲାକୁ ଦୁର୍ବୁତ୍ତମାନେ ଭାଙ୍ଗି ଆଲମାରିରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ବହୁ ମୂଲ୍ୟବାନ ଜିନିଷପତ୍ର ଚୋରି କରି ନେଇଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ ଟିମ୍‌ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରି ନିରାଶ ହେବାପରେ ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ। ଏନେଇ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର