ଆପଣମାନେ ଖୁସି ତ’? ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦିଏ କଥା, ସାରା ରାଜ୍ୟରେ ବେଶ୍ ଉତ୍ସାହ ଭରିଥିଲା। ସେବେଠାରୁ କଥାକଥାକେ ସଭିଏଁ େକୗତୁକରେ ପଚାରନ୍ତି, ଆପଣମାନେ ଖୁସି ତ’? ହେଲେ ଏହି ଖୁସି କ’ଣ? ମଣିଷ କେମିତି ଖୁସି ହୁଏ?
ଆସନ୍ତୁ ଜାଣିବା ଖୁସି ପଛର ବିଜ୍ଞାନ ଓ ଖୁସିର ରହସ୍ୟ…
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ଏକ ପରିସ୍ଥିତିକୁ ଅନୁଭବ କରି ଏହାର ପ୍ରତିକ୍ରିୟା ପ୍ରକାଶ କରିବା ଭିତରେ ଆମ ଶରୀରର ନ୍ୟୁରୋଟ୍ରାନ୍ସମିଟର୍ ଓ ୪ଟି ହର୍ମୋନ୍ ଆମ ମସ୍ତିଷ୍କକୁ କିଛି ସଙ୍କେତ ପଠାଇଥା’ନ୍ତି। ସାଧାରଣତଃ ବିଭିନ୍ନ ହର୍ମୋନ୍ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ, ଯାହାକୁ ମସ୍ତିଷ୍କ ହିଁ ଠିକ୍ ଭାବେ ବୁଝିପାରେ। ଖୁସି ହର୍ମୋନ୍ରୁ ମସ୍ତିଷ୍କ ଖୁସିର ସଙ୍କେତ ପାଇ, ମୁହଁ ଓ ଓଠକୁ ଏହାର ପ୍ରତିକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥାଏ। ଆମ ଶରୀରରେ ସାଧାରଣତଃ ୪ ପ୍ରକାରର ଖୁସି ସୃଷ୍ଟିକାରୀ ହର୍ମୋନ୍ ଯଥା, ଡୋପାମାଇନ୍, ସେରୋଟୋନିନ୍, ଏଣ୍ଡୋର୍ଫିନ୍ସ୍ ଓ ଅକ୍ସିଟୋସିନ୍ ଆଦି କ୍ଷରିତ ହୋଇଥାଏ।
l ଡୋପାମାଇନ୍: ଏହାକୁ ‘ଫିଲ୍ ଗୁଡ୍ (ସୁଖଦ ଅନୁଭବ)’ ହର୍ମୋନ୍ ମଧ୍ୟ କୁହାଯାଏ। ଏହା ଖୁସି, ପ୍ରସନ୍ନତା ଓ ପୁରସ୍କୃତ ହେବାର ଅନୁଭବ ଦେଇଥାଏ। ନିଜ ଓ ଅନ୍ୟ ପ୍ରତି କରୁଣାମୟ ହେବା, ପର୍ଯ୍ୟାପ୍ତ ନିଦ୍ରା, ବ୍ୟାୟାମ ଓ ସଙ୍ଗୀତ ଶ୍ରବଣ ଆଦି ସମୟରେ ଏହି ହର୍ମୋନ୍ କ୍ଷରଣ ଯୋଗୁଁ ଆମେ ଖୁସି ଅନୁଭବ କରୁ।
l ସେରୋଟୋନିନ୍: ଏହି ହର୍ମୋନ୍ ଭଲ ମଣିଷ ହେବାର ଅନୁଭବକୁ ପ୍ରୋତ୍ସାହିତ କରିଥାଏ। ଘର ବାହାରେ ଅଧିକ ସମୟ କାଟିବା, ଧ୍ୟାନ ତଥା ପ୍ରାଣାୟାମ କରିବା ଓ ଅଧିକ ହସିବା ଦ୍ବାରା ଏହି ହର୍ମୋନ୍ କ୍ଷରଣ ହୋଇଥାଏ।
l ଏଣ୍ଡୋର୍ଫିନ୍ସ୍: ଏହା ହେଉଛି ଶରୀରର ପ୍ରାକୃତିକ ପୀଡ଼ାନାଶକ ବା ପେନ୍ କିଲର୍। ଏହି ହର୍ମୋନ ଚିନ୍ତା ଓ ଅବସାଦରୁ ଆମକୁ ମୁକ୍ତ କରିଥାଏ।
ହସିବା, ଧ୍ୟାନ କରିବା, ବ୍ୟାୟାମ କରିବା ଓ ଭ୍ରମଣ କରିବା ଦ୍ବାରା ଏହି ହର୍ମୋନ୍ ଅଧିକ ସକ୍ରିୟ ହୋଇଥାଏ।
l ଅକ୍ସିଟୋସିନ୍: ଏହା ଏକ ଖୁସି ସୃଷ୍ଟିକାରୀ ହର୍ମୋନ୍ ନୁହେଁ, କିନ୍ତୁ ସାମାଜିକ ସମ୍ପର୍କ ବୃଦ୍ଧି କରି ସକାରାତ୍ମକ ଭାବନା ଦେବାରେ ଏହି ହର୍ମୋନ୍ ସାହାଯ୍ୟ କରିଥାଏ। ପ୍ରିୟଜନଙ୍କ ସହ ସମୟ ବିତାଇବା, ଅନ୍ୟ ପ୍ରତି ସ୍ନେହଶ୍ରଦ୍ଧା ଢାଳିଦେବା, ଖୁସି ବାଣ୍ଟିବା ଓ ଗୀତ ଶୁଣିବା ବେଳେ ଏହି ହର୍ମୋନ୍ ଅଧିକ ସକ୍ରିୟ ହୋଇଥାଏ।