ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ଭାରତ ଉପବିଜେତା ହୋଇଥିଲା। ଏହାଦ୍ବାରା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଥିଲେ ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଟାଇଟଲ୍‌ ପାଇଁ ପ୍ରଥମ ଦାବିଦାର ଦଳ ବୋଲି ପୂର୍ବତନ କ୍ରିକେଟର୍‌ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଜୁନ୍‌ ମାସରେ ଖେଳାଯିବ। ଏକ ସାକ୍ଷତକାରରେ ଶାସ୍ତ୍ରୀଙ୍କ କହିବା ଅନୁସାରେ, ବିଶ୍ବକପ୍‌ ପରାଜୟ ହୃଦୟ ବିଦାରକ ଥିବା କିନ୍ତୁ ଆମ ଖେଳାଳିମାନେ ସେଥିରୁ ଅନେକ କିଛି ଶିକ୍ଷାଲାଭ କରିଛନ୍ତି। ଖୁବ୍‌ଶୀଘ୍ର ଭାରତ ଆଉ ଗୋଟିଏ ବିଶ୍ବକପ୍‌ ଜିତିବାକୁ ଯାଉଛି।

Advertisment

publive-image Hindustan Times

ଯଦିଓ ଦିନିକିଆରେ ସଫଳତା ମିଳିଲାନି କିନ୍ତୁ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ଭାରତ ଗୁରୁତ୍ବର ସହ ନେଉଛି। କମ୍‌ ଓଭର ବିଶିଷ୍ଟ ଏହି ଖେଳରେ ଭାରତ ସବୁବେଳେ ଜିତିବାକୁ ଧ୍ୟାନ ଦେଇଆସୁଥିବା ଶାସ୍ତ୍ରୀ କହିଛନ୍ତି। ତେବେ ବିଶ୍ବକପ୍‌ ଜିତିବା ଉପରେ ଶାନ୍ତ୍ରୀ ସମୟକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ମହାନ୍‌ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କୁ ବିଶ୍ବକପ୍‌ ଧରିବା ପାଇଁ ୬ ସଂସ୍କରଣ ଅପେକ୍ଷା କରିବାକୁ ପଡ଼ିଥିଲା। ବିଶ୍ବକପ୍‌ ଜିତିବା ଏତେ ସହଜ ନୁହେଁ। ପ୍ରତିଯୋଗିତା ସାରା ଯେପରି ଖେଳ, ଶେଷ ପାହାଚରେ ଶ୍ରେଷ୍ଠ ପ୍ରଦର୍ଶନ ‌କରିବାକୁ ପଡ଼ିବ। ପ୍ରତ୍ୟେକ ମ୍ୟାଚ୍‌କୁ ନକ୍‌ଆଉଟ୍‌ ଭଳି ଖେଳିବାକୁ ହେବ। ଯଦି ଏହି ବାଧା ଅତିକ୍ରମ କରିଗଲ ଶେଷ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ବିଜେତା ହୋଇପାରିବ। ଦିନିକିଆ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଶେ‌ଷ ପର୍ଯ୍ୟାୟଗୁଡ଼ିକରେ ଶ୍ରେଷ୍ଠ ଖେଳିଥିବାରୁ ବିଜେତା ହୋଇଥିଲା। କିନ୍ତୁ ଭାରତ ପାଇଁ ଫାଇନାଲ୍‌ ମ୍ୟାଚ୍ ସେଭଳି ଯାଇନଥିଲା ବୋଲି ଶାସ୍ତ୍ରୀ କହିଥିଲେ।