ଆଇପିଏଲ :ଦିଲ୍ଲୀକୁ ୭ ଓ୍ବିକେଟରେ ହରାଇଲା କୋଲାକାତା

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୫୪ ରନ ଲକ୍ଷ୍ୟକୁ କୋଲକାତା ୧୭ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୮ରନ ଓ ଶ୍ରେୟସ ଆୟର ୩୩ ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ସ୍କୋର ମାତ୍ର ୧୭ ରନ ହୋଇଥିବାବେଳେ ପୃଥ୍ବୀ ଶାହା  ମାତ୍ର ୧୩ ରନ କରି ଆଉଟ ହୋଇଥିଲେ । ତାଙ୍କ ପଛେ ପଛେ ଜେକ୍ ଫ୍ରେଜର ମାକଗର୍କ ୧୨ରନ କରି ଆଉଟ ହୋଇଥିଲେ । ତାପରେ ଦଳ ନିୟମିତ ଭାବେ ଓ୍ବିକେଟ ହରାଇଚାଲିଥିଲା । ଅଧିନାୟକ ଋଷଭ ପନ୍ତ ୨୭ ରନ କରିଥିବାବେଳେ କୁଳଦୀପ ଯାଦବ ୩୫ ରନ କରିଥିଲେ । ସେହିପରି ଅକ୍ଷର ପଟେଲ ୧୫ ରନ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ଓ୍ବିକେଟ ନେଇଥିବାବେଳେ  ବୈଭବ ଆରୋରା ଓ ହର୍ଷିତ ରାଣା ୨ଟି ଓ୍ବିକେଟ ନେଇଥିଲେ । ସେହିପରି ମିଚେଲ ଷ୍ଟାକ ଓ ସୁନୀଲ ନାରାୟଣ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର