ଆଇପିଏଲ ୨୦୨୪: ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ପରାସ୍ତ କଲା ପଂଜାବ କିଙ୍ଗସ୍‌

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୧୭ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ପରାସ୍ତ କରିଛି ପଂଜାବ କିଙ୍ଗସ୍‌ । ଦ୍ବିତୀୟ ପାଳିରେ ୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯.୫ ଓଭରରେ ୭ ୱିକେଟ ହରାଇ ୨୦୦ ରନ୍‌ କରିଥିଲା । ପଂଜାବ ପକ୍ଷରୁ ପ୍ରଭାସୀମନ୍ ସିଂ ୩୫ ରନ୍‌, ଶଶାଙ୍କ ସିଂ ୨୯ ବଲରେ ୬୧ ରନ୍‌ ଓ ଆଶୁତୋଷ ଶର୍ମା ଦମ୍‌ଦାର ୧୭ ବଲରେ ୩୧ ରନ୍‌ କରି ପଂଜାବକୁ ବିଜୟ ଦେଇଥିଲେ । ଅନ୍ୟପଟେ ନୁର ଅହମ୍ମଦ ୨ଟି ୱିକେଟ ନେଇଥିବା ବେଳେ ଆଜମତୁଲ୍ଲା ଓମାରଜାଇ, ଉମେଶ ଯାଦବ, ରସିଦ ଖାନ, ମୋହିତ ଶର୍ମା, ଦର୍ଶନ ନାଲକାଣ୍ଡେ ୧-୧ ୱିକେଟ ନେଇଥିଲେ କିନ୍ତୁ ଗୁଜୁରାଟକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଏହି ବିଜୟ ସହ ପଞ୍ଜାବ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି ।

ପ୍ରଥମ ପାଳିରେ ପଂଜାବ କିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଦଳ ଆରମ୍ଭରୁ ହିଁ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଦେଇଥିଲା । ତେବେ ଓପନର ରିଦ୍ଧିମାନ ଶାହା ମାତ୍ର ୧୧ ରନ କରି ଆଉଟ ହେବା ସତ୍ତ୍ବେ ଅନ୍ୟ ଓପନର ଶୁଭମନ ଗିଲ ନିଜର ବିସ୍ଫୋରକ ବ୍ୟାଟିଂ କରିଚାଲିଥିଲେ । ସେ କେନ ଓ୍ବିଲିୟମସନଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ଓ୍ବିଲିୟମସନ ୨୬ ରନ କରି ଆଉଟ ହେବା ପରେ ଗିଲଙ୍କ ବିସ୍ଫୋରଣ ଜାରି ରହିଥିଲା । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମାତ୍ର ୪୮ଟି ବଲରୁ ୮୯ ରନ କରିଥିଲେ । ସାଇ ସୁଦର୍ଶନ ୩୩ ରନ କରିଥିଲେ । ଶେଷବେଳକୁ ରାହୁଲ ତେଓତିଆ ୨୩ ରନ କରିଥିଲେ । ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଥିଲା ।

ସମ୍ବନ୍ଧିତ ଖବର