ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ୨୦୨୩ ଶେଷ ହେବା ପରେ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ବ୍ରିଟେନରେ ଛୁଟି କଟାଉଛନ୍ତି। ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳୁଥିବା ବେଳେ ଆଗଧାଡ଼ିର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏହି ସିରିଜ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ଦଳର ଅଧିନାୟକତ୍ବ କରୁଛନ୍ତି ସୂର୍ଯ୍ୟକୁମାର ଯାଦବ। ଅନ୍ୟପକ୍ଷରେ ବିଶ୍ୱକପ୍‌ରେ 'ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ' ଜିତିବା ପରେ କୋହଲିଙ୍କୁ ପରିବାର ସହ ଲଣ୍ଡନ ଯାଇଛନ୍ତି। ଲଣ୍ଡନରୁ କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହି ଖବର ମିଳିଛି।

Advertisment

ଭାଇରାଲ ହେଉଥିବା ଫଟୋରେ ବିରାଟ ନିଜ ପ୍ରଶଂସକଙ୍କ ସହ ସେଲଫି ନେଉଥିବା ବେଳେ ଅନୁଷ୍କା ଝିଅ ଭାମିକାଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି।

ଏହା ପୂର୍ବରୁ ଅନୁଷ୍କା, ବିରାଟଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ଖୁବ ଭାଇରାଲ ହୋଇଥିଲା। ବିଶ୍ବକପ ହାରିବା ପରେ ବିରାଟ ପଡ଼ିଆରୁ ଅନୁଷ୍କାଙ୍କ ପାଖକୁ ଆସିଥିଲେ। ଏହାପରେ ଅନୁଷ୍କା, ସ୍ବାମୀ ବିରାଟଙ୍କୁ ଆଲିଙ୍ଗନ କରି ତାଙ୍କୁ ସାନ୍ତ୍ବନା ଦେଇଥିଲେ। କେବଳ ଏହା ନୁହେଁ, ବିଶ୍ବକପ ଚାଲିଥିବା ସମୟରେ ଅନୁଷ୍କା ଅନେକ ଥର ଷ୍ଟାଡିୟମ ଯାଇଥିବାର ଦେଖାଯାଇଥିଲା। ଅନେକ ଥର ଅନୁଷ୍କା ଷ୍ଟାଡିୟମ ନଯାଇ ବି ସୋସିଆଲ ମିଡିଆରେ ସ୍ବାମୀଙ୍କୁ ସମର୍ଥନ କରୁଥିବା ଦେଖାଯାଇଥିଲା।