ଶକ୍ତି ପ୍ରଦର୍ଶନ କଲେ ଦେବେଶ: ବିରାଟ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ

ବରଗଡ଼: ବରଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ।
ତାଙ୍କ ଶୋଭାଯାତ୍ରା ତଥା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ପ୍ରାର୍ଥୀ ରୀତା ସାହୁ, ପଦ୍ମପୁର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରମୁଖ ସାମିଲ ହୋଇଥିଲେ ।

ବିରାଟ ଶୋଭାଯାତ୍ରାରେ ହଜାର ହଜାର କର୍ମୀଙ୍କ ସହ ସେ ରୋଡ ସୋ କରିଛନ୍ତି। ନଦୀପଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଦେବେ‌ଶ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର