କୋଟିପତି ଏଏସଆଇଙ୍କ ଅମାପ ସମ୍ପତ୍ତି, ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ହୋଇଥିଲେ ଗିରଫ 

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ଗିରଫ ହୋଇଥିବା ଏଏସଆଇ ଜୟଦାସ ଖରାଙ୍କର ୫ଟି ସ୍ଥାନରେ ଚଢାଉ କରି ଜୟପୁର ଭିଜିଲାନ୍ସ ୧ କୋଟି ୧୧ ଲକ୍ଷର ସମ୍ପତ୍ତି ଜବତ କରିଛି। ଏଥି‌ରେ ୧ କୋଟି ଟଙ୍କା ଓ ୨୯୦ ଗ୍ରାମ ସୁନା ରହିଥିବାବେଳେ କୋରାପୁଟରେ ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା ଯାହାର ମୂଲ୍ୟ ପ୍ରାୟ ୪୧.୨୪ ଲକ୍ଷ, ଏଲଆଇସି କ‌ୋଲାନିରେ ୩୩.୬୭ ଲକ୍ଷର ତିନି ମହଲା ବିଶିଷ୍ଟ କୋଠା, ମଛରାରେ ୧.୯୫ ଏକରର ଦୁଇଟି ପ୍ଲଟ, ୨୩.୯୧ ଲକ୍ଷର ସୁନା ଅଳଙ୍କାର, ଘରୋଇ ସାମଗ୍ରୀ, ବ୍ୟାଙ୍କ ଓ ବୀମା ରହଛି। ଏହାସହ ତିନିଟି ଦୁଇ ଚକିଆ ରହିଥିବା ଜଣାପଡିଛି।

ଆଜି ଜୟପୁର ଭିଜିଲାନ୍ସର ୩ ଜଣ ଡିଏସପି, ୫ ଜଣ ଇନିସପେକ୍ଟର ଓ ଅନ୍ୟ ଷ୍ଟାଫଙ୍କ ମାଧ୍ୟମରେ କୋରାପୁଟର ଏଲଆଇସି କଲୋନିରେ ରହିଥିବା ଘର, କୋରାପୁଟ ଉପଖଣ୍ଠ‌ରେ ରହିଥିବା ଦୁଇ ମହଲାବିଶିଷ୍ଟ ଘର, ସୁନାବେଢା ଏଇଏଫରେ ରହିଥିବା ସରକାରୀ କ୍ବାଟର‌, ମାଲକାନଗିରିରେ ରହିଥଇବା ଭଡା ଘର ଓ ଏଲଆଇସି କ‌େଲୋନିରେ ରହିଥିବା ସମ୍ପର୍କୟଙ୍କ ଘରେ ଏକକାଳୀନ ରେଡ କରାଯାଇଥିଲା‌। ତେବେ ଗଂଜେଇ ମାମଲାରେ ଗିରଫ ମାଲକାନଗିରି ଜିଲ୍ଲା କର୍ତନପାଲି ଫାଣ୍ଡିରେ ଏଏସଆଇଭାବେ କାର୍ଯ୍ୟ କରୁଥିଲେ ଜୟଦାସ ଖରା।

ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ଇନ୍ସପେକ୍ଟର କଳାବତୀ ବାଗ, ଇନ୍ସପେକ୍ଟର ସଂଜୟ ପ୍ରଧାନ, ଇନ୍ସପେକ୍ଟର ବଙ୍କିମ ବବାଲିଙ୍କ ନେତୃତ୍ବରେ କୋରାପୁଟ ଓ ମାଲକାନଗିରିର ୫ଟି ସ୍ଥାନରେ ଚଡଉ କରାଯାଇଥିଲା। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚାକିରି କରି ବହୁ ବେନାମୀ କାମରେ ଲିପ୍ତ ରହି ବେଆଇନ ଭାବେ ଆୟ କରିଥିବା ସମ୍ପତ୍ତିକୁ ଭିଜିଲାନସ ଠାବ କରିଥବା ଜଣାପଡିଛି। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କର୍ତନପଲି ଫାଣ୍ଡିରେ କାମ କରୁଥୁବା ବେଳେ ଗଂଜେଇ ଚୋରା ଚାଲାଣରେ ସଂମ୍ପୃକ୍ତି ଅଭିଯୋଗରେ ଗତ ମାର୍ଚ ମାସରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର